ପୁରୀ : ପୁରୀରେ ବେଆଇନ ନିର୍ମାଣ ରୋକିବ ସ୍ୱତନ୍ତ୍ର ସ୍କ୍ୱାଡ । ପୂର୍ୱତନ ସେନା କର୍ମଚାରୀଙ୍କୁ ନେଇ ୮ଟି ଟିମ ଗଠିତ ହୋଇଛି । ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ । ବେଆଇନ ନିର୍ମାଣ ବନ୍ଦ କରିବାକୁ ପ୍ରଥମେ ନୋଟିସ ଦିଆଯିବ । ଆବଶ୍ୟକ ପଡିଲେ ଉଚ୍ଛେଦ କରାଯାଇ କାଯ୍ୟନୁଷ୍ଠାନ ନିଆଯିବ । ସମୂଦ୍ରକୂଳଠୁ ଆରମ୍ଭ କରି ସହରରେ ବେଆଇନ ନିର୍ମାଣ ରୋକାଯିବ ।