30.1 C
Bhubaneswar
Thursday, July 10, 2025
Homeଓଡିଶାଝାରପଡା ଜେଲରେ ସ୍ପେଶାଲ ସ୍କେ୍ୱାଡ୍‌ର ଚଢଉ, ୬ ମୋବାଇଲ, ୪ ସିମ କାର୍ଡ, ଗଞ୍ଜେଇ ଜବତ

ଝାରପଡା ଜେଲରେ ସ୍ପେଶାଲ ସ୍କେ୍ୱାଡ୍‌ର ଚଢଉ, ୬ ମୋବାଇଲ, ୪ ସିମ କାର୍ଡ, ଗଞ୍ଜେଇ ଜବତ

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ୫-ଟି ନୀତିକୁ ପାଳନ କରିଛି ଜେଲ ବଭାଗ । ଜେଲ ନିୟମରେ ଯେପରି କୌଣସି  ଅବହେଳା ସୃଷ୍ଟି ନ ହୁଏ ସେଥିପ୍ରତି ସଜାଗ ରହିଛି ବିଭାଗ । ଜେଲ ଡିଜି ଜେଲରେ ଚାଲିଥିବା ବେଆଇନ କାରବାର ରୋକିବା ପାଇଁ ସ୍ପେଶାଲ ସ୍କ୍ୱାଡ୍ ଗଠନ କରିଥିଲେ ।  ଏହି ସ୍କ୍ୱାଡରେ ଟିମ୍ ଶନିବାର ଝାରପଡା ସ୍ୱତନ୍ତ୍ର ଜେଲ ପରିସରରେ ଚଢଉ କରି ମୋବାଇଲ ସହ  ଗଞ୍ଜେଇ ଜବତ କରିଛି । ସ୍ମାର୍ଟ ଫୋନ୍ ସହ ୬ଟି ଅଜଣା ମୋବାଇଲ ଫୋନ, ୪ଟି ସିମ କାର୍ଡ, ୫ଟି ମୋବାଇଲ ଚାର୍ଜର, ଗୋଟିଏ ପେନ ଡ୍ରାଇଭ, ୫ଟି ମୋବାଇଲ ବ୍ୟାଟେରୀ ଓ ୨୫୦ ଗ୍ରାମର ଗଞ୍ଜେଇ ଜବତ କରାଯାଇଛି । ଜେଲ କର୍ତ୍ତୃପକ୍ଷ ଜବତ ସାମଗ୍ରୀକୁ ଲକ୍ଷ୍ମୀସାଗର ଥାନାକୁ ହସ୍ତାନ୍ତର କରିଛନ୍ତି । ଏନେଇ ଲକ୍ଷ୍ମୀସାଗର ଥାନାରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି ।

ସୂଚନା ଅନୁଯାୟୀ,  ଉପରୋକ୍ତ ନିଶା ଦ୍ରବ୍ୟ ଓ ମୋବାଇଲ ଫୋନ ସାମଗ୍ରୀଗୁଡିକ ଜେଲ ପରିସର ୧ ନମ୍ବର ୱାର୍ଡ ନିକଟ ଓ ୧୫ ନମ୍ବର ୱାର୍ଡ, ଡାଇନିଂ ହଲ ପଛପଟୁ ମିଳିଛି । ଜେଲ କର୍ତ୍ତୃପକ୍ଷ ଏହି ସାମଗ୍ରୀଗୁଡିକ ଜବତ କରିବା ପରେ ଲକ୍ଷ୍ମୀସାଗର ଥାନା ପୁଲିସକୁ ଡକାଇ ହସ୍ତାନ୍ତର କରିଥିଲା । ଅନ୍ୟପଟେ, ଗଞ୍ଜେଇକୁ ଓଡିଶା ମଡେଲ ଜେଲ ମାନୁଆଲ, ୨୦୨୦ ଅନୁସାରେ ନଷ୍ଟ କରାଯାଇଥିଲା । ଜେଲ ବିଭାଗ ଡିଜି ସନ୍ତୋଷ ଉପାଧ୍ୟାୟଙ୍କ  ତତ୍ୱ ବ୍ୟବଧାନରେ ଗଠିତ ଏହି ସ୍ୱତନ୍ତ୍ର ସ୍କ୍ୱାଡ୍ ଜେଲରେ ନିଶା କାରବାର ଓ ମୋବାଇଲ ବ୍ୟବାହର ଭଳି ବେଆଇନ କାର୍ଯ୍ୟ କଳାପକୁ ରୋକିବା ପାଇଁ ପ୍ରୟାସ ଜାରି ରଖିଛି ।

ରାଜ୍ୟ ସରକାରଙ୍କ ୫ଟି ଅଧୀନରେ ଥିବା ଜେଲ ଗୁଡିକରୁ ନିଶା ସାମଗ୍ରୀ ଓ ମୋବାଇଲ ଫୋନ ମୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଥିବା ଜେଲ ବିଭାଗ ମୁଖ୍ୟାଳୟ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି । ପୂର୍ବରୁ ଝାରପଡା ଜେଲରୁ ମିଳିଥିବା ୧୭ଟି ମୋବାଇଲ ଫୋନ ବା ସିମ୍‌ର ମାଲିକାନା ପାଞ୍ଚ ମିଳିନଥିବା ବେଳେ ଏହାର ତଦନ୍ତ କେଉଁଆଡକୁ ଯିବ, ସେନେଇ ପ୍ରଶ୍ନ ଉଠିଛି ।  ଜବତ ମୋବାଇଲ ଗୁଡିକ କାହାର ବୋଲି ପଚାରିଥିଲେ ମଧ୍ୟ ସମସ୍ତେ ତାଙ୍କ ମୋବାଇଲ ନୁହେଁ ବୋଲି କହିଥିଲେ । ଏପରି ସ୍ଥଳେ ମୋବାଇଲର ଆଇଏମଇଆଇ ନମ୍ବରରୁ ମୋବାଇଲର ମାଲିକଙ୍କ ନାଁ ଜଣାପଡିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking