16.1 C
Bhubaneswar
Thursday, January 16, 2025
Homeଓଡିଶାମଦ୍ୟପାନ କରି "ଡ୍ରାଇଭିଂ" ବିରୋଧରେ ସ୍ୱତନ୍ତ୍ର ଡ୍ରାଇଭ୍ : ୧୩୮ ଲାଇସେନ୍ସ ସ୍ଥଗିତ

ମଦ୍ୟପାନ କରି “ଡ୍ରାଇଭିଂ” ବିରୋଧରେ ସ୍ୱତନ୍ତ୍ର ଡ୍ରାଇଭ୍ : ୧୩୮ ଲାଇସେନ୍ସ ସ୍ଥଗିତ

-୨୧୬ ବିରୋଧରେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର: ରାଜ୍ୟ ସରକାର ମଦ୍ୟପାନ କରି ଡ୍ରାଇଭିଂ କରୁଥିବା ଲୋକମାନଙ୍କ ବିରୋଧରେ ଯାଞ୍ଚ ଆରମ୍ଭ କରିଛନ୍ତି । ମଦ୍ୟପ ଡ୍ରାଇଭିଂ ବିରୋଧରେ ରାଜ୍ୟସ୍ତରୀୟ ମିଳିତ ଡ୍ରାଇଭରେ ଶନିବାର ରାତିରେ ପ୍ରାୟ ୨୬୦୦ ରୁ ଅଧିକ ଡ୍ରାଇଭର ନିଶ୍ୱାସ ବିଶ୍ଳେଷଣକାରୀ ପରୀକ୍ଷା କରିଥିଲେ । ନାଇଟ୍ ଲଙ୍ଗ୍ ଡ୍ରାଇଭିଂରେ ସମୁଦାୟ ୨୫୧ ଡ୍ରାଇଭର ମଦ୍ୟପାନ କରି ଗାଡ଼ି ଚଳାଉଥିବା ଚିହ୍ନଟ କରାଯାଇଥିଲା । ସଡ଼କ ସୁରକ୍ଷା ଉପରେ ସୁପ୍ରିମକୋର୍ଟ କମିଟିର ନିର୍ଦ୍ଦେଶନାମା ଅନୁଯାୟୀ ମୋଟ ୧୩୮ ଡ୍ରାଇଭିଂ ଲାଇସେନ୍ସକୁ ସ୍ଥଗିତ ରଖାଯାଇଛି । ଏପରିକି ୨୩୨ଟି ଗାଡ଼ିକୁ ଅଟକ ରଖାଯାଇଥିବାବେଳେ ୨୧୬ ମଦ୍ୟପ ଡ୍ରାଇଭରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ମୋଟର ଯାନ ଅଧିନିୟମ ୧୯୮୮ର ସେପ୍ଟେମ୍ବର ୨୦୧୯ ସଂଶୋଧନରେ ଉଲ୍ଲେଖ କରାଯାଇଛି ଯେ ମଦ୍ୟପ ଡ୍ରାଇଭିଂ ମାମଲାରେ ପ୍ରଥମ ଥର ଅପରାଧୀମାନେ ଛଅ ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବେ କିମ୍ବା ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଗଣିବେ । ଦ୍ୱିତୀୟ ଅପରାଧ, ଯଦି ଦୁଇ ବର୍ଷ ମଧ୍ୟରେ ଘଟେ, ତେବେ ତାଙ୍କୁ ଦୁଇ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ ୧୫ ହଜାର ଟଙ୍କା ଜରିମାନା ଗଣିବେ । ୨୦୨୦ ମସିହାରେ ମଦ୍ୟପାନ କରି ଗାଡି ଚଳାଇବା କାରଣରୁ ଓଡ଼ିଶାରେ ୬୪୮ଟି ସଡ଼କ ଦୁର୍ଘଟଣା ଘଟିଥିଲା । ଏହି ଘଟଣାଗୁଡ଼ିକରେ ସମୁଦାୟ ୨୯୮ ଜଣ ପ୍ରାଣ ହରାଇଛନ୍ତି । କୋଭିଡ୍ ମହାମାରୀ ସମୟଡ୍ଡେିଶା ସରକାର ନିଶ୍ୱାସ ବିଶ୍ଳେଷଣକାରୀ ପରୀକ୍ଷା, ସ୍ୱାସ୍ଥ୍ୟ ବିପଦକୁ ଦୃଷ୍ଟିରେ ରଖି ବନ୍ଦ ରଖିଥିଲେ, ଏବେ ନିୟମିତ ବ୍ୟବଧାନରେ ଏଭଳି ଡ୍ରାଇଭ କରିବାକୁ କାର୍ଯ୍ୟନିର୍ବାହୀ ସ୍କ୍ୱାଡଙ୍କୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking