29.4 C
Bhubaneswar
Saturday, May 4, 2024
Homeଓଡିଶାନବଜାତକକୁ ଜନ୍ମଦେଇ ଆରପାରିକୁ ଚାଲିଗଲେ ଜନ୍ମଦାତ୍ରୀ

ନବଜାତକକୁ ଜନ୍ମଦେଇ ଆରପାରିକୁ ଚାଲିଗଲେ ଜନ୍ମଦାତ୍ରୀ

ସୋର : ଜଣେ ନବଜାତକକୁ ଜନ୍ମଦେଇ ଆରପାରିକୁ ଚାଲିଗଲେ ଜନ୍ମଦାତ୍ରୀ । ଏମିତି ଏକ ଦୁଃଖଦାୟକ ଘଟଣା ଦେଖିବାକୁ ମିଳିଛି ସୋର ବ୍ଲକ ଗୋପୀନାଥପୁର ଗ୍ରାମରେ । ଏଏନ୍‌ଏମ୍ ସେଣ୍ଟରରେ ଜଣେ ଚିକିତ୍ସିତ ପ୍ରସୂତିଙ୍କ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ସୋର ଡାକ୍ତରଖାନାକୁ ଆଣିବା ପରେ ମୃତ୍ୟୁ ଘଟିଛି । ଗୋପୀନାଥପୁର ଗ୍ରାମର ପ୍ରଫୁଲ୍ଲ ଗୋଚ୍ଛାୟତଙ୍କର ସ୍ତ୍ରୀ ପବିତ୍ରା ମାହାରୀଙ୍କର ଗର୍ଭଯନ୍ତ୍ରଣା ହେବାପରେ ତାଙ୍କୁ ମଙ୍ଗଳପୁର ଏଏନ୍‌ଏମ୍ ସେଣ୍ଟର୍‌ରେ ଭର୍ତ୍ତି କରାଯାଇଥିଲା । କିଛି ସମୟ ପରେ ସେଠାରେ ଗୋଟିଏ କନ୍ୟା ସନ୍ତାନକୁ ଜନ୍ମଦେବା ପରେ ତାଙ୍କର ରକ୍ତସ୍ରାବ ବନ୍ଦ ହୋଇନଥିଲା । ଦାୟିତ୍ୱରେ ଥିବା ଏଏନ୍‌ଏମ୍ ତାଙ୍କୁ ସୋର ଡାକ୍ତରଖାନାକୁ ପଠାଇ ଦେଇଥିଲେ। ଏହି ସମୟରେ ୧୦୨ ଆମ୍ବୁଲାନ୍ସ ବିଳମ୍ବ ହେବାରୁ ପରିବାର ଲୋକେ ଏକ ଅଟୋରେ ସୋରର ଏକ ଘରୋଇ ନର୍ସିଂହୋମକୁ ଆଣିବା ପରେ ସୁସ୍ଥ ନହେବାରୁ ପୁଣି ସୋର ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାଯାଇଛି । ମୃତ ପବିତ୍ରାଙ୍କ ଜନ୍ମିତ ଶିଶୁକନ୍ୟାଟି ସୁସ୍ଥ ଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking