35.1 C
Bhubaneswar
Tuesday, April 23, 2024
Homeଓଡିଶାଗୁଣ୍ଡିରିଗୁଡ଼ାରେ ଜନନୀ ଯନ୍ତ୍ରଣା, ଦୋଳାରେ ବୁହାହେଲେ ଗର୍ଭବତୀ

ଗୁଣ୍ଡିରିଗୁଡ଼ାରେ ଜନନୀ ଯନ୍ତ୍ରଣା, ଦୋଳାରେ ବୁହାହେଲେ ଗର୍ଭବତୀ

ଗଞ୍ଜାମ: ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଟି. ଗୋବିନ୍ଦପୁର ପଞ୍ଚାୟତର ଗୁଣ୍ଡିରିଗୁଡ଼ା ଗ୍ରାମରେ ମିଳୁନି ମୌଳିକ ସୁବିଧା । ଘଞ୍ଚ ପାହାଡ଼ ଘାଟି ଦୁର୍ଗମ ଜଙ୍ଗଲ କାଟି ବ୍ଲକ ପ୍ରଶାସନ ରାସ୍ତା ପକାଇଛି । ତେବେ ଘାଟି ପାହାଡ଼ କାଟି ଦୁର୍ଗମ ରାସ୍ତା ଯୋଗୁଁ ଏହି ଗ୍ରାମବାସୀ ଜରୁରୀ ସ୍ୱାସ୍ଥ୍ୟସେବା ପାଇବା କଷ୍ଟସାଧ୍ୟ ହେଉଛି । ୫ କି.ମି ଘାଟି ରାସ୍ତାରେ ଯାନବାହାନ ଚଳାଚଳ ଅସମ୍ଭବ ହୋଇଛି । ଆମ୍ବୁଲାନ୍ସ ଆସିବା ସମ୍ଭବ ହେଉନି । ଏହି ଗ୍ରାମର ଜଣେ ଗର୍ଭବତୀ ପବିତ୍ର ମଣ୍ଡଳଙ୍କ ସ୍ତ୍ରୀ ହିମାବତୀ ମଣ୍ଡଳ(୧୯)ଙ୍କ ପ୍ରସବ ପାଇଁ ଗ୍ରାମର ଯୁବକମାନେ ଦୋଳାରେ ଘାଟି ରାସ୍ତାରେ ପ୍ରଚଣ୍ଡ ଗ୍ରୀଷ୍ମ ଉତ୍ତାପରେ ବୋହି ଗଜପତି ଜିଲ୍ଲାର ଗଣି ଛକ ପର୍ଯ୍ୟନ୍ତ ନେଇଥିଲେ । ତେବେ ସେଠାରୁ ଆମ୍ବୁଲାନ୍ସ ଯୋଗେ ଡ଼େଙ୍ଗାଉସ୍ତା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ଗାଁ ଯୁବକଙ୍କ ଉପସ୍ଥିତ ବୁଦ୍ଧି ଓ ପରିଶ୍ରମ ଯୋଗୁଁ ମହିଳା ଜଣକ ସନ୍ତାନ ଜନ୍ମ କରିବା ସହ ଉଭୟ ମା’ ଛୁଆ ଭଲ ଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking