35.9 C
Bhubaneswar
Friday, June 19, 2026
Homeଖେଳନେତୃତ୍ୱ ଛାଡ଼ିବେ ସୋଫି ଡିଭାଇନ୍

ନେତୃତ୍ୱ ଛାଡ଼ିବେ ସୋଫି ଡିଭାଇନ୍

ୱେଲିଂଟନ୍‌: ନ୍ୟୁଜିଲାଣ୍ଡ କ୍ୟାପ୍‌ଟେନ୍ ସୋଫି ଡିଭାଇନ୍ ୟୁଏଇରେ ହେବାକୁ ଥିବା ମହିଳା ଟି-୨୦ ବିଶ୍ୱକପ୍ ପରେ ଟି-୨୦ ନେତୃତ୍ୱ ଛାଡ଼ିବେ। ନିଜ ୱାର୍କଲୋଡ୍ ମ୍ୟାନେଜମେଣ୍ଟ୍ ପାଇଁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ସେ ଦିନିକିଆ ଟିମ୍‌ର କ୍ୟାପ୍‌ଟେନ୍ ରହିବେ। ଡିଭାଇନ୍ କହିଛନ୍ତି, ଦୁଇଟି ଯାକ ଫର୍ମାଟ୍‌ରେ ଟିମ୍‌ର ନେତୃତ୍ୱ ନେଉଥିବାରୁ ଗର୍ବିତ। ନେତୃତ୍ୱ ସହିତ ଅତିରିକ୍ତ କାର୍ଯ୍ୟଭାର ତାଙ୍କୁ ମଜା ଦେଉଥିଲେ ମଧ୍ୟ ବେଳେ ବେଳେ ଆହ୍ୱାନପୂର୍ଣ୍ଣ ହୋଇଥାଏ। ସେ କହିଛନ୍ତି, ମୁଁ ଏବେ ଦିନିକିଆ ନେତୃତ୍ୱ ଛାଡ଼ିବାକୁ ପ୍ରସ୍ତୁତ ନାହିଁ। ତେବେ ମୁଁ ଚିରଦିନ ପାଇଁ ଏହି ପଦରେ ରହିବି ନାହିଁ। ୩୪ ବର୍ଷୀୟା ସୋଫି ଡିଭାଇନ୍ ୫୪ ଟି-୨୦ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡର ନେତୃତ୍ୱ କରିଥିବା ବେଳେ ୨୫ଟି ଟିମ୍‌କୁ ବିଜୟୀ କରାଇଛନ୍ତି। ୨୮ ମ୍ୟାଚ୍‌ରେ ଟିମ୍‌କୁ ପରାଜିତ ହେବାକୁ ପଡ଼ିଥିବା ବେଳେ ଗୋଟିଏ ମ୍ୟାଚ୍ ଟାଇ ରହିଛି। ସୋଫି ବର୍ତ୍ତମାନ ସୁଦ୍ଧା ନ୍ୟୁଜିଲାଣ୍ଡ ପକ୍ଷରୁ ୧୩୫ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଏହି ଅବସରରେ ତାଙ୍କ ବ୍ୟାଟ୍‌ରୁ ୧୨୧.୮୯ ଷ୍ଟ୍ରାଇକ୍ ରେଟ୍‌ରେ ୩୨୬୮ ରନ୍ ହୋଇଛି। ଏଥିରେ ୨୦ ଅର୍ଦ୍ଧଶତକ ଓ ଗୋଟିଏ ଶତକ ମଧ୍ୟ ସାମିଲ। ଏହା ବ୍ୟତୀତ ବୋଲିଂରେ ସେ ୧୧୭ ୱିକେଟ୍ ମଧ୍ୟ ହାସଲ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking