27.1 C
Bhubaneswar
Friday, October 18, 2024
Homeବଲିଉଡଖୁବ ଶୀଘ୍ର ଖୁସୀ ଖବର ଦେବେ ଅଭିନେତ୍ରୀ ଦୀପିକା ପାଦୁକୋନ!

ଖୁବ ଶୀଘ୍ର ଖୁସୀ ଖବର ଦେବେ ଅଭିନେତ୍ରୀ ଦୀପିକା ପାଦୁକୋନ!

ମୁମ୍ବାଇ: ବଲିଉଡର ସବୁଠାରୁ ପ୍ରେମୀ ଦମ୍ପତି ହେଲେ ଦୀପିକା ପାଦୁକୋନ ଓ ରଣବୀର ସିଂ। ଏହି ଦୁଇ ପ୍ରେମୀ ଯୁଗଳ ନଭେମ୍ବର ୨୦୧୮ରେ ଇଟାଲୀରେ ଏକ ଗ୍ରାଣ୍ଡ୍‌ ଡେଷ୍ଟିନେସନ୍ ବିବାହ କରି ପରସ୍ପରର ହାତ ଧରିଥିଲେ। ସୋସିଆଲ ମିଡିଆରେ ଉଭୟ ଦୀପିକା ଏବଂ ରଣବୀରଙ୍କର ଅନେକ ପ୍ରଶଂସକ ଅଛନ୍ତି। ପ୍ରଶଂସକମାନେ ସେମାନଙ୍କ ବିଷୟରେ ପ୍ରତ୍ୟେକ ଦିନ କିଛି ନା କିଛି ଜାଣିବାକୁ ଆଗ୍ରହୀ। ଅନେକ ସମୟରେ ନିଜ ପେସାଦାର ଜୀବନକୁ ନେଇ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଏବେ ଯେତେବେଳେ ଦୀପିକା ତାଙ୍କ ସ୍ୱାମୀ ରଣବୀରଙ୍କ ସହ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ପହଞ୍ଚିଥିଲେ, ସେତେବେଳେ ପ୍ରଶଂସକଙ୍କ ଆଶା ବଢିଯାଇଥିଲା। ତେବେ ସୋସିଆଲ୍ ମିଡିଆରେ ଫଟୋ ଦେଖିବା ପରେ ଲୋକମାନେ ଅନୁମାନ କରୁଛନ୍ତି ଯେ ବୋଧହୁଏ କିଛି ଖୁସୀ ଖବର ଶୀଘ୍ର ମିଳିପାରେ କିଛି ଦିନ ତଳେ ସ୍ବାମୀ ତଥା ଅଭିନେତା ରଣବୀର ସିଂହଙ୍କୁ, ଦୀପିକା ଛାଡ଼ପତ୍ର ଦେବେ ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ଅଭିନେତ୍ରୀ ଗର୍ଭବତୀ ଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କୁହାଯାଉଛି ଯେ, ଦୀପିକା ୩ମାସର ଗର୍ଭବତୀ ଅଛନ୍ତି। ତେବେ ଏଭଳି ଚର୍ଚ୍ଚା ଉପରେ ଏପର୍ଯ୍ୟନ୍ତ ଦୀପିକା କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ଏହା ପୂର୍ବରୁ ଗତ ମାସରେ ଫିଲ୍ମ ‘ଫାଇଟର’ର ପ୍ରଚାର ବେଳେ ମଧ୍ୟ ଦୀପିକା ଗର୍ଭବତୀ ଥିବା ନେଇ ଚର୍ଚ୍ଚା ହୋଇଥିଲା। ଗତବର୍ଷ ଦୀପିକା କହିଥିଲେ ଯେ, ରଣବୀର ଓ ମୁଁ ଛୋଟ ପିଲାଙ୍କୁ ବହୁତ ପସନ୍ଦ କରୁ। କେବେ ଆମେ ଆମର ପରିବାର ଆରମ୍ଭ କରିବୁ, ସେହି ଦିନକୁ ଅପେକ୍ଷା କରିଛୁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking