25.8 C
Bhubaneswar
Saturday, July 27, 2024
Homeଦେଶ ବିଦେଶଲେବାନନରେ ଭୁଶୁଡିଲା ବିଲ୍ଡିଂ ; ୪ ମୃତ

ଲେବାନନରେ ଭୁଶୁଡିଲା ବିଲ୍ଡିଂ ; ୪ ମୃତ

ଲେବାନନ : ଲେବାନନରେ ଭୁଶୁଡିଲା ବିଲ୍ଡିଂ । ଯାହାଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ଗତ କିଛି ହେବ ଲେବାନନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା । ଭୁଶୁଡିଥିବା ବିଲ୍ଡିଂ ବହୁ ପୁରୁଣା ଥିଲା । ଏହି ବିଲ୍ଡିଂକୁ ଖାଲି କରିବା ପାଇଁ ନଗରପାଳିକାର ସଂସ୍ଥା ବିଲ୍ଡିଂରେ ରହୁଥିବା ଲୋକଙ୍କୁ କହିଥିଲେ । କିନ୍ତୁ ସେଠାରେ ରହୁଥିବା ଲୋକ ସେମାନଙ୍କ କଥାକୁ ଶୁଣି ନ ଥିଲେ । ପୁରୁଣା ବିଲ୍ଡିଂ ଟି ପ୍ରବଳ ବର୍ଷା ପାଇଁ ଭୁଶୁଡି ପଡିଥିବା ସୂଚନା ମିଳିଛି । ଯାହାଫଳରେ ୪ ଜଣଙ୍କର ମୃତ୍ୟୁ ହେବାସହିତ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକ, ତୁରନ୍ତ ଉଦ୍ଧାରକାରୀ ଟିମକୁ ଖବର ଦେଇଥିଲେ । ଖବର ପାଇ, ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ବିଲ୍ଡିଂର ଭଗ୍ନାବଶେଷ ତଳେ ଅନେକ ଲୋକ ଚାପି ହୋଇଯାଇଥିବା ସୂଚନା ମିଳିଛି । ଉଦ୍ଧାରକାରୀ ଟିମ ପୋତି ହୋଇ ଯାଇଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking