24.1 C
Bhubaneswar
Monday, January 6, 2025
Homeଦେଶ ବିଦେଶସୋନୁ ନିଗମଙ୍କ ପିତା ୭୨ ଲକ୍ଷ ଲୁଟ୍‌ର ଶିକାର

ସୋନୁ ନିଗମଙ୍କ ପିତା ୭୨ ଲକ୍ଷ ଲୁଟ୍‌ର ଶିକାର

ମୁମ୍ବାଇ: ବଲିଉଡ୍‌ର ଖ୍ୟାତନାମା ଗାୟକ ସୋନୁ ନିଗମଙ୍କ ପିତା ଅଗମ କୁମାର ନିଗମ ୭୨ ଲକ୍ଷ ଟଙ୍କା ଲୁଟ୍‌ର ଶିକାର ହୋଇଛନ୍ତି । ମାର୍ଚ୍ଚ ୧୯ରୁ ୨୦ ମଧ୍ୟରେ ଦୁର୍ବୃତ୍ତମାନେ ଅଗମ କୁମାର ରହୁଥିବା ଅନ୍ଧେରୀ ୱେଷ୍ଟସ୍ଥିତ ବାସଭବନରୁ ଲୁଟି ନେଇଛନ୍ତି । ପୁଲିସ ଏହି ମାମଲାରେ ଅଗମ କୁମାରଙ୍କ ପୂର୍ବତନ ଡ୍ରାଇଭରକୁ ଗିରଫ କରିଥିବା ଜଣାପଡିଛି । କିଛିଦିନ ପୂର୍ବେ ରେହାନ ନାମକ ଡ୍ରାଇଭର କାର୍ଯ୍ୟରେ ଅସନ୍ତୋଷ ବ୍ୟକ୍ତ କରି ଅଗମ ତାଙ୍କୁ ବହିଷ୍କାର କରିଥିଲେ ।

ତେବେ ୧୯ ତାରିଖରେ ଝିଅ ନିକିତାଙ୍କ ଘରୁ ଫେରିବାପରେ ସେ ଡିଜିଟାଲ ଲକରରୁ ୪୦ ଲକ୍ଷ ଟଙ୍କା ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ପରଦିନ ସୋନୁଙ୍କ ଘରୁ ଫେରିବାପରେ ଅନ୍ୟ ଏକ ଲକରରୁ ଆଉ ୩୨ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଜଣାପଡିଥିଲା । ସୋସାଇଟିର ସିସିଟିଭି ଯାଞ୍ଚ କରିବାପରେ ରେହାନ ଦୁଇଦିନ ଧରି ହାତରେ ଦୁଇଟି ବ୍ୟାଗ ଧରି ଆପାର୍ଟମେଣ୍ଟକୁ ଯାଉଥିବା ଜଣାପଡିଥିଲା । ନିକିତାଙ୍କ ଏତଲାକୁ ଆଧାର କରି ଓସିୱାରା ପୁଲିସ ରେହାନକୁ ଗିରଫ କରିଥିବାବେଳେ ମାମଲା ରୁଜୁ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking