ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ସମନ ତାରିଖକୁ ଗୋଟିଏ ଦିନ ଘୁଞ୍ଚାଇ ଦେଇଛି । ଫଳରେ ତାଙ୍କୁ ଜୁଲାଇ ୨୫ ପରିବର୍ତ୍ତେ ୨୬ ତାରିଖରେ ଜେରା କରାଯିବ । ୨୧ ତାରିଖରେ ସୋନିଆଙ୍କୁ ପ୍ରାୟ ଦୁଇଘଣ୍ଟା ଧରି ଇଡି ପକ୍ଷରୁ ଜେରା କରାଯାଇଥିଲା । ଏହା ବ୍ୟତୀତ ପୁଣିଥରେ ଜେରା ପାଇଁ ଏଜେନ୍ସି ୨୫ ତାରିଖକୁ ସମନ ଜାରି କରିଥିଲା ।
ନୀରବ ମୋଦୀଙ୍କ ୨୩୫ କୋଟି ସମ୍ପତ୍ତି ଜବତକଲା ଇଡି
ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀଙ୍କ ୨୩୫ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ସମ୍ପତ୍ତି ଜବତ କରିଛି । ଏହା ମଧ୍ୟରେ ଜ୍ୱେଲାରୀ ଏବଂ ବ୍ୟାଙ୍କରେ ଜମା ଅର୍ଥ ମଧ୍ୟ ସାମିଲ । ଜବତ ସମ୍ପତ୍ତି ହଂକଂରେ ରହିଛି ବୋଲି ଏଜେନ୍ସି ପକ୍ଷରୁ କୁହାଯାଇଛି । ନୀରବ ମୋଦୀ ଏବେ ବ୍ରିଟେନ୍ ଜେଲ୍ରେ ବନ୍ଦ ଅଛନ୍ତି । ନୀରବଙ୍କ ବିରୋଧରେ ଧୋକାବାଜି ମାମଲାର ସିବିଆଇ ମଧ୍ୟ ତଦନ୍ତ କରୁଛି ।