26.1 C
Bhubaneswar
Wednesday, May 8, 2024
Homeଅପରାଧମା’ଙ୍କୁ ଔଷଧ ଦେବା ପରିବର୍ତ୍ତେ : ହତ୍ୟା କଲା ପୁଅ

ମା’ଙ୍କୁ ଔଷଧ ଦେବା ପରିବର୍ତ୍ତେ : ହତ୍ୟା କଲା ପୁଅ

ମୁମ୍ବାଇ: ମା’ଙ୍କୁ ରୋଗ ଯନ୍ତ୍ରଣାରୁ ମୁକ୍ତି ଦେବା ପାଇଁ ଜଣେ ଯୁବକ କରିଥିବା କାମ ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମା’ ରୋଷେଇ କରୁଥିବା ବେଳେ ଅଭିଯୁକ୍ତ ପୁଅ ତାଙ୍କ ମୁଣ୍ଡକୁ ଲୁହା ରଡ଼ରେ ପିଟି ତାଙ୍କୁ ହତ୍ୟା କରିଥିଲା। ପରେ ଘଟଣା ସଂପର୍କରେ କାହାରିକୁ କିଛି ନ ଜଣାଇ ମୃତଦେହ ପାଖରେ ବସି ରହିଥିଲା। କିଛି ସମୟ ପରେ ବଡ଼ ପୁଅ ଘରକୁ ଫେରିବା ପରେ ଘଟଣାଟି ସାମ୍ନାକୁ ଆସିଥିଲା। ସାନ ଭାଇ ମାନସିକ ରୋଗରେ ପୀଡ଼ିତ ଓ ସେ ତାଙ୍କ ମା’ଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ କରିଛନ୍ତି । ମୃତ ମା’ଙ୍କ ନାମ ଚନ୍ଦ୍ରାବତୀ ବୋଲି ଜଣା ପଡ଼ିଥିବା ବେଳେ ଅଭିଯୁକ୍ତର ଜୟପ୍ରକାଶ ଧୋବୀ ବୋଲି ଜଣା ପଡ଼ିଛି।
ସୂଚନା ଅନୁଯାୟୀ, ମା’ ରୋଷେଇ ଘରେ ସକାଳ ଖାଇବା ପ୍ରସ୍ତୁତ କରୁଥିବା ବେଳେ ଜୟପ୍ରକାଶ ଏକ ଲୁହା ରଡ଼ ନେଇ ତାଙ୍କ ମୁଣ୍ଡକୁ ପିଟି ଦେଇଥିଲା। ଯାହା ଫଳରେ ମା’ ଘଟଣାସ୍ଥଳରେ ଟଳି ପଡ଼ିଥିଲେ। ହେଲେ, କାହାକୁ କିଛି ନ କହି ଜୟପ୍ରକାଶ ମା’ଙ୍କ ପାଖରେ ବସି ରହିିଥିଲେ। ମୁଁ ଘରେ ପହଞ୍ଚିବା ପରେ ସେ ମା’ଙ୍କ ମୃତଦେହ ପାଖରେ ବସି ରହିଥିବା ଦେଖିଥିଲି। ଘଟଣା ବିଷୟରେ ପଚାରିବା ପରେ ମା’ଙ୍କୁ ଯନ୍ତ୍ରଣାରୁ ମୁକ୍ତି ଦେବା ପାଇଁ ମୁଁ ତାଙ୍କୁ ହତ୍ୟା କରିଛି ବୋଲି ମୋତେ କହିଥିଲା ଜୟପ୍ରକାଶ। ତେବେ ବଡ଼ ଭାଇର ଅଭିଯୋଗ କ୍ରମେ ପୁଲିସ ଜୟପ୍ରକାଶଙ୍କୁ ଗିରଫ କରିବା ପରେ ସେ ମୃତ୍ୟୁ ପଛର କାରଣ ପୁଲିସକୁ ପୁଣି ଥରେ ଜଣାଇଥିଲା। ସେ କହିଥିଲା କି, ମା’ ଏକା ସାଙ୍ଗରେ ମଧୁମେହ, ରକ୍ତଚାପ, ମୋତିଆବିନ୍ଦୁ ଓ ଆଣ୍ଠୁ-ଗଣ୍ଠି ସମସ୍ୟାରେ ପୀଡ଼ିତ ଥିଲେ। ଯାହାଦ୍ବାରା ତାଙ୍କୁ ସବୁବେଳେ ଅସହ୍ୟ ଯନ୍ତ୍ରଣା ହେଉଥିବା କଥା ସେ ମୋତେ କହୁଥିଲେ। ସବୁଦିନ ତାଙ୍କୁ ଯନ୍ତ୍ରଣାରେ ଦେଖି ମୁଁ ତାଙ୍କୁ ମୁକ୍ତି ଦେବା ପାଇଁ ଚିନ୍ତା କରିଥିଲି। ଯାହା ପାଇଁ ମୁଁ ଏଭଳି ପଦକ୍ଷେପ ନେଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking