27.1 C
Bhubaneswar
Thursday, April 25, 2024
Homeଅପରାଧମଦ ପାଇଁ ଟଙ୍କା ନଦେବାରୁ ମା’କୁ ହାଣିଲା ପୁଅ

ମଦ ପାଇଁ ଟଙ୍କା ନଦେବାରୁ ମା’କୁ ହାଣିଲା ପୁଅ

କେନ୍ଦୁଝର : ମଦ ପାଇଁ ଟଙ୍କା ନ ଦେବାରୁ ମା’କୁ ହାଣିଲା ପୁଅ । ଏଭଳି ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ରାଇସୁଆଁ ମୁଣ୍ଡା ସାହିରେ ଘଟିଛି ।
ସୂଚନା ଅନୁଯାୟୀ, ମୁଣ୍ଡା ସାହିର ବୁଧୁ ବେଣ୍ଟକାର ନିଜ ମା’ ରଜନୀଙ୍କୁ ମଦ ପିଇବା ପାଇଁ ୨ଦିନ ପୂର୍ବେ ଟଙ୍କା ମାଗିଥିଲେ । କିନ୍ତୁ ରଜନୀ ତାଙ୍କୁ ମଦ ପିଇବାକୁ ବାରଣ କରିବା ସହ ଏଥିପାଇଁ ଟଙ୍କା ଦେବା ପାଇଁ ମନା କରିଦେଇଥିଲେ । ଏଥିରେ ଉତ୍ୟକ୍ତ ହୋଇ ବୁଧୁ ଏକ ଟାଙ୍ଗିଆରେ ତାଙ୍କ ମୁଣ୍ଡକୁ ହାଣି ଦେଇଥିଲା । ଗୁରୁତର ରଜନୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସ୍ଥାନୀୟ ଲୋକେ ସଦର ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୁଲିସ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି । ହେଲେ ପୁଅ ଫେରାର୍ ଥିବା ସୂଚନା ମିଳିଛି ।
https://onakhabar.com/2020/06/16/tiktok-killed/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking