34.1 C
Bhubaneswar
Saturday, June 21, 2025
Homeଓଡିଶାଭୁବନେଶ୍ୱରରୁଚିକା ଆତ୍ମହତ୍ୟା: ସ୍କାନରରେ ସିନିୟର

ରୁଚିକା ଆତ୍ମହତ୍ୟା: ସ୍କାନରରେ ସିନିୟର

ଭୁବନେଶ୍ବର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ କମିସନରେଟ୍ ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଏପର‌୍ୟ୍ୟନ୍ତ ମୃତ୍ୟୁ ପାଇଁ କେଉଁମାନେ ଦାୟୀ, ତାହା ଜଣାପଡ଼ିନାହିଁ। ପୁଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ଜୋରଦାର ଉଦ୍ୟମ କରି ମଧ୍ୟ ବିଫଳ ହୋଇଛି। ଏହାରି ମଧ୍ୟରେ ପୁଲିସ ୨୦୦ ଜଣଙ୍କୁ ଜେରା କରିସାରିଛି। ପୁଲିସ ଏବେ କିଛି ସିନିୟର ଛାତ୍ରୀଙ୍କୁ ସ୍କାନରରେ ଆଣିଛି। ଏବେ ଆଶା କରାଯାଉଛି ଯେ, କିଛି ଦିନ ମଧ୍ୟରେ ରୁଚିକା ମହାନ୍ତି ମୃତ୍ୟୁ ରହସ୍ୟର ପର୍ଦ୍ଦାଫାସ ହୋଇପାରେ। ବିଜେବି କଲେଜ କାରୁବାକି ଛାତ୍ରୀ ନିବାସର ୨୨୧ ନମ୍ବର ରୁମରେ ରୁଚିକା ଶନିବାର ଆତ୍ମହତ୍ୟା କରିବା ପୂର୍ବରୁ ଏକ ସୁଇସାଇଡ ନୋଟ ଲେଖିଥିଲେ, ସିନିଅର ଛାତ୍ରୀଙ୍କ ନିର‌୍ୟାତନା ଟପିଯାଇଛି। ଜୀବନ ରଖିବାକୁ ଆଉ ଚାହୁଁନାହିଁ। ତେବେ ରୁଚିକା ଆତ୍ମହତ୍ୟା କରିବାର ୬ ଦିନ ଭିତରେ ଅଭିଯୁକ୍ତ ୩ ଜଣ ସିନିୟର ଛାତ୍ରୀ ଧରାପଡ଼ି ନାହାନ୍ତି। ଅନ୍ୟପକ୍ଷରେ ରୁଚିକାଙ୍କୁ ନ୍ୟାୟ ଦାବିରେ ବିଭିନ୍ନ ଛାତ୍ର ସଂଗଠନ ସହିତ ରୁଚିକାଙ୍କ ବାପା, ମା’ ଓ ଭାଇ ଆନ୍ଦୋଳନ ଜାରି ରଖିଛନ୍ତି। କଟକ ଜିଲ୍ଲା ଆଠଗଡ଼ ନିର୍ବାଚନମଣ୍ଡଳୀ ଅଧୀନ କଖଡ଼ି ଗ୍ରାମବାସୀ ଓ ସାଙ୍ଗସାଥୀ ରୁଚିକାଙ୍କୁ ଝୁରୁଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking