29.1 C
Bhubaneswar
Monday, June 24, 2024
Homeଓଡିଶାଅସହ୍ୟ ତାତିରୁ ମିଳିବ ଆଶ୍ବସ୍ତି

ଅସହ୍ୟ ତାତିରୁ ମିଳିବ ଆଶ୍ବସ୍ତି

ଭୁବନେଶ୍ୱର : ରାଜ୍ୟରେ ଅସହ୍ୟ ତାତି ସାଙ୍ଗକୁ ପ୍ରବଳ ଗୁଳୁଗୁଳି ଯୋଗୁ ଛଟପଟ ହେଉଛନ୍ତି ସମଗ୍ର ରାଜ୍ୟବାସୀ। ରାଜ୍ୟରେ ମୌସୁମୀ ବାୟୁ ପ୍ରବେଶ କରିଲାଣି କିନ୍ତୁ ମୌସୁମୀ ବାୟୁର କୌଣସି ବି ପ୍ରଭାବ ଓଡ଼ିଶା ଉପରେ ପଡୁନାହିଁ । ରାଜ୍ୟରେ ଖରା, ଗରମ ଓ ଗୁଳୁଗୁଳି ଲାଗି ରହିଛି । ଆସନ୍ତା ଦୁଇ ଦିନ ମଧ୍ୟରେ ପାଗରେ ପରିବର୍ତ୍ତନ ଆସିବ ଆଉ ଏହି ଅସହ୍ୟ ତାତିରୁ ଆଶ୍ବସ୍ତି ମିଳିବ । ଉପକୂଳବର୍ତ୍ତୀ ଅଞ୍ଚଳରେ ଅଧିକ ଗୁଳୁଗୁଳି ଅନୁଭୂତ ହେଉଛି । ଆସନ୍ତା ୧୭ ତାରିଖରେ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିବା ସହିତ ଆସନ୍ତା ୧୮ ତାରିଖରେ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ତାତିରୁ ଆଶ୍ବସ୍ତି ମିଳିବ । ଆସନ୍ତା ୧୮ ଓ ୧୯ରେ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି । ମୌସୁମୀ ବାୟୁର ବର୍ଷା ଅପେକ୍ଷାରେ ସାରା ରାଜ୍ୟବାସୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking