17.1 C
Bhubaneswar
Thursday, January 16, 2025
Homeଦେଶ ବିଦେଶ୧୯୬୯ରେ ଚନ୍ଦ୍ରପୃଷ୍ଠରୁ ଆର୍ମଷ୍ଟ୍ରଙ୍ଗ ଆଣିଥିବା ମାଟି: ୫ ଲକ୍ଷରୁ ଊର୍ଦ୍ଧ୍ୱ ଡଲାରରେ ନିଲାମ

୧୯୬୯ରେ ଚନ୍ଦ୍ରପୃଷ୍ଠରୁ ଆର୍ମଷ୍ଟ୍ରଙ୍ଗ ଆଣିଥିବା ମାଟି: ୫ ଲକ୍ଷରୁ ଊର୍ଦ୍ଧ୍ୱ ଡଲାରରେ ନିଲାମ

ୱାଶିଂଟନ: ୧୯୬୯ ଜୁଲାଇ ୨୧ରେ ଆମେରିକୀୟ ମହାକାଶଚାରୀ ନିଲ ଆର୍ମଷ୍ଟ୍ରଙ୍ଗ ପ୍ରଥମ ମନୁଷ୍ୟଭାବେ ଚନ୍ଦ୍ରପୃଷ୍ଠରେ ପାଦ ଥାପି ଇତିହାସ ସୃଷ୍ଟି କରିଥିଲେ । ସେହି ସମୟରେ ଆର୍ମଷ୍ଟ୍ରଙ୍ଗ ଚନ୍ଦ୍ରପୃଷ୍ଠରୁ ନମୁନା ସ୍ୱରୂପ କିଛି ମାଟି ଆଣିଥିଲେ । ତେବେ ଗତ ବୁଧବାର ନ୍ୟୁୟର୍କରେ ଏହି ମାଟିକୁ ୫,୦୪,୩୭୫ ଡଲାରରେ ନିଲାମ କରାଯାଇଥିବା ଜଣାପଡିଛି । ଏହି ମାଟି ଅତିକମରେ ୮ରୁ ୧୨ ଲକ୍ଷ ଡଲାରରେ ନିଲାମ ହେବ ବୋଲି ନିଲାମକାରୀ ସଂସ୍ଥା ପକ୍ଷରୁ ଆଶା କରାଯାଉଥିଲା ।

ଇତିପୂର୍ବରୁ ଯେଉଁ ବ୍ୟାଗରେ ଏହି ମାଟି ଅଣାଯାଇଥିଲା, ଉକ୍ତ ବ୍ୟାଗକୁ ୨୦୧୭ରେ ୧୮ ଲକ୍ଷ ଡଲାରରେ ନିଲାମ କରାଯାଇସାରିଛି । ଚନ୍ଦ୍ରପୃଷ୍ଠରୁ ଆସିଥିବା ଏହି ମାଟିର ମାଲିକାନାକୁ କେନ୍ଦ୍ରକରି ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା ଆଇନଗତ ମାମଲାରେ ଛନ୍ଦି ହୋଇପଡିଥିଲା । ୨୦୧୫ରେ ଜଣେ ମହିଳା ୯୯୫ ଡଲାରରେ କିଛି ମାଟି କିଣିଥିବାବେଳେ ଏହାକୁ ଚନ୍ଦ୍ରପୃଷ୍ଠର ମାଟି ବୋଲି ଭାବିଥିଲେ । ତେବେ ନାସା ବୈଜ୍ଞାନିକମାନେ ଏହାକୁ ଖଣ୍ଡନ କରିବାପରେ ମହିଳା ଜଣକ କୋର୍ଟଙ୍କ ଆଶ୍ରୟ ନେଇଥିଲେ । ତେବେ ବର୍ତ୍ତମାନ ନିଲାମ କରାଯାଇଥିବା ମାଟି ଚନ୍ଦ୍ରପୃଷ୍ଠରୁ ଆସିଥିଲା ବୋଲି ନାସା କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking