28.1 C
Bhubaneswar
Saturday, July 27, 2024
Homeଓଡିଶାସମ୍ବିଧାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ସୋଆ ଛାତ୍ରଛାତ୍ରୀଙ୍କ ନାଟକ

ସମ୍ବିଧାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ସୋଆ ଛାତ୍ରଛାତ୍ରୀଙ୍କ ନାଟକ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ(ସୋଆ) ପରିଚାଳିତ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ୍ (ସ୍ନିଲ୍‌) ରେ ଆଇନ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ରବିବାର ସମ୍ବିଧାନ ଦିବସ ଅବସରରେ ସମାନତା, ଭ୍ରାତୃତ୍ୱ ଓ ଧର୍ମନିରପେକ୍ଷତାର ନୀତି ଓ ଆଦର୍ଶକୁ ଦର୍ଶାଇ ସହରର ଏକ ଜନଗହଳି ପୂର୍ଣ୍ଣ ସପିଙ୍ଗ୍ ମଲ୍‌ରେ ଏକ ନାଟକ ପରିବେଷଣ କରିଥିଲେ । ଲୋକମାନଙ୍କ ମଧ୍ୟରେ ସମ୍ବିଧାନ, ଏହାର ପ୍ରଣୟନ, ଅଧିକାର ଓ ଦାୟିତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଇଂରାଜୀ ଏବଂ ହିନ୍ଦୀ ଭାଷାରେ ସମ୍ବିଧାନର ମୁଖବନ୍ଧ ପାଠ କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।

ଏକ ସୃଜନଶୀଳ କବିତା ମାଧ୍ୟମରେ ସାମ୍ବିଧାନିକ ଅଧିକାରର ଗୁରୁତ୍ୱ, କର୍ତବ୍ୟ ଏବଂ ଭାରତକୁ ଏକ କଲ୍ୟାଣକାରୀ ରାଷ୍ଟ୍ରରେ ପରିଣତ କରିଥିବା ନୀତିର ଗୁରୁତ୍ୱ ବିଷୟରେ ବର୍ଣ୍ଣନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ସ୍କୁଲ ପିଲାଙ୍କ ସହ ଆଲୋଚନା କରିଥିଲେ ଓ ଜନସାଧାରଣଙ୍କ ମଧ୍ୟରେ ସମ୍ବିଧାନ ସଂପର୍କରେ ସଚେତନତା ପ୍ରସାର ପାଇଁ ବକ୍ତବ୍ୟ ରଖିଥିଲେ । ସ୍ନିଲ୍‌ର ଜଣେ ଆସୋସିଏଟ୍ ପ୍ର୍ରଫେସର କହିଥିଲେ ଏହା ଦର୍ଶାଉଛି ଯେ ପ୍ରତ୍ୟେକ ନାଗରିକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଜ୍ଞାନର ପ୍ରସାର ନିମନ୍ତେ ଶିକ୍ଷାନୁଷ୍ଠାନ ଗୁଡିକ କିଭଳି ସକ୍ରିୟ ଯୋଗଦାନ ଦେଇପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking