29.1 C
Bhubaneswar
Saturday, July 27, 2024
Homeଓଡିଶାସୋଆ କୃଷି ସଙ୍ଗମ – ୨୦୨୪ ପୋଷ୍ଟର ଉନ୍ମୋଚିତ

ସୋଆ କୃଷି ସଙ୍ଗମ – ୨୦୨୪ ପୋଷ୍ଟର ଉନ୍ମୋଚିତ

ଭୁବନେଶ୍ୱର,: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ (ଆଇଏଏସ୍‌) ପକ୍ଷରୁ ଆସନ୍ତା ମାର୍ଚ୍ଚ ୧୨ ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ କୃଷି ମହାବିଦ୍ୟାଳୟ ପରିସରରେ ‘ସୋଆ କୃଷି ସଙ୍ଗମ -୨୦୨୪’ ଅନୁଷ୍ଠିତ ହେବ ।
ଏହି ପରିପ୍ରେକ୍ଷୀରେ ଗୁରୁବାର ‘ସୋଆ କୃଷି ସଙ୍ଗମ -୨୦୨୪’ ପୋଷ୍ଟର ଉନ୍ମୋଚିତ ହୋଇଯାଇଛି । ତିନିଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ ଭିତିକ ଜାତୀୟ ଆଲୋଚନା ଚକ୍ର, କୃଷକ ବୈଜ୍ଞାନିକ ଆଲୋଚନା ଚକ୍ର, କୃଷି ପ୍ରଦର୍ଶନୀ ଓ ଏଗ୍ରି ଷ୍ଟାର୍ଟ ଅପ୍ ମିଟ୍ ସହିତ ଆନ୍ତ ମହାବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହା ବ୍ୟତୀତ କୃଷକ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧନା କରାଯିବ ।
ଏହି ପୋଷ୍ଟର ଉନେˆାଚନ କାର୍ଯ୍ୟକ୍ରମରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲଚରାଲ ସାଇନ୍‌ସେସ୍ (ଆଇଏଏସ୍‌) ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ, କୃଷି ସଙ୍ଗମ କାର୍ଯ୍ୟକ୍ରମ ର ଆବାହକ ପ୍ରଫେସର ସରୋଜ କୁମାର ମହାନ୍ତି, ସଂଯୋଜକ ଡକ୍ଟର ଅଂଶୁମାନ ଜେନାଙ୍କ ସମେତ ଏହାର ପରିଚାଳନା କମିଟି ର ସଦସ୍ୟ ଡକ୍ଟର ଭୁବନାନନ୍ଦ ଅଧିକାରୀ, ଲୋପାମୁଦ୍ରା ମହାନ୍ତି, ଡକ୍ଟର ଏସପି ମୋନାଲିସା ଓ ଡକ୍ଟର ସ୍ୱୟମ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking