ମୁମ୍ବାଇ: ବଲିଉଡ ଅଭିନେତା ବରୁଣ ଧୱନ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଭିଡି ୧୮’କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି। କିଛି ଦିନ ତଳେ ତାଙ୍କ ଚଳଚ୍ଚିତ୍ରର ଟାଇଟଲ୍ ଏବଂ ପ୍ରଥମ ଲୁକ୍ ପ୍ରକାଶ କରି ନିର୍ମାତାମାନେ ଫିଲ୍ମର ଟିଜର ରିଲିଜ୍ କରିଥିଲେ। ବରୁଣ ଧୱନଙ୍କ ଏହି ଫିଲ୍ମ ମେ ୩୧, ୨୦୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ପ୍ରସ୍ତୁତ ଥିବା ବେଳେ ଏହି ସମୟରେ ଅଭିନେତା ନିଜ ପ୍ରଶଂସକଙ୍କୁ ଏକ ବଡ଼ ଖୁସି ଖବର ଦେଇଛନ୍ତି। ଅଭିନେତା ବରୁଣ ଧୱନ ଏବଂ ତାଙ୍କ ପତ୍ନୀ ନତାଶା ଦଲାଲ ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ଏହି ଭଲ ଖବର ତାଙ୍କ ସାଙ୍ଗ ଏବଂ ପ୍ରଶଂସକଙ୍କ ସହ ସେୟାର କରିବା ପାଇଁ ଅଭିନେତା ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ନିକଟରେ ଅଭିନେତା ଅଲି ଫୈଜଲ ଏବଂ ଅଭିନେତ୍ରୀ ରିଚା ଚଢା ଏବଂ ପ୍ରଶଂସକଙ୍କ ସହ ଖୁସି ଖବର ବାଣ୍ଟିଥିଲେ। ଏବେ ଆଉ ଏକ ବଲିଉଡ ଦମ୍ପତି ଏହି ତାଲିକାରେ ଯୋଗ ଦେଇଛନ୍ତି । ବରୁଣ ଧୱନ ଏବଂ ତାଙ୍କ ପତ୍ନୀ ନତାଶା ଦଲାଲ ସୋସିଆଲ ମିଡିଆରେ ଏକ ଆକର୍ଷଣୀୟ ଚିତ୍ର ସେୟାର କରିଛନ୍ତି। ଫଟୋରେ, ନତାଶା ଏକ ଧଳା ପୋଷାକରେ ନିଜ ଶିଶୁ ବମ ସହ ଦେଖାଯାଉଛନ୍ତି । ବରୁଣ ନତାଶାଙ୍କ ପେଟକୁ ଚୁମ୍ବନ ଦେଉଥିବାର ଦେଖିବାକୁ ମିଳୁଛି । ସେମାନଙ୍କର ପୋଷା କୁକୁର ଜୋଏ ସେମାନଙ୍କ ପଛରେ ଥିବା ଚେୟାରରେ ବସିଥିବାର ଦେଖାଯାଏ । କରଣ ଜୋହର, ଜାନଭୀ କପୁର, କ୍ରିତି ସାନନ, ସାମନ୍ତ ରାଉତ ପ୍ରଭାସ ପରି ଅନେକ ସେଲିବ୍ରିଟି ଏହି ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।