ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ଧରି ପ୍ରବଳ ତୁଷାରପାତ ଏବଂ ବର୍ଷା ହିମାଚଳ ପ୍ରଦେଶରେ ସାଧାରଣ ଜୀବନଯାତ୍ରାକୁ ଗୁରୁତର ଭାବରେ ବାଧାପ୍ରାପ୍ତ କରିଛି । ବୁଧବାର ସନ୍ଧ୍ୟାରେ ରାଜ୍ୟ ଜରୁରୀକାଳୀନ ଅପରେସନ ସେଣ୍ଟରର ଏକ ରିପୋର୍ଟ ଅନୁଯାୟୀ, ରାଜ୍ୟରେ ରାସ୍ତା ସଂଯୋଗ, ବିଦ୍ୟୁତ ଏବଂ ଜଳ ଯୋଗାଣ ବ୍ୟାପକ ଭାବରେ ବାଧାପ୍ରାପ୍ତ ହୋଇଛି । ନିରନ୍ତର ତୁଷାରପାତ ଏବଂ ବର୍ଷା ଯୋଗୁଁ ଅନେକ ଜାଗାରେ ଭୁସ୍ଖଳନ ହୋଇଛି । ଯାହା ୪ଟି ଜାତୀୟ ରାଜପଥ ସମେତ ୮୮୫ଟି ରାସ୍ତା ଅବରୋଧ କରିଛି । ୩ ହଜାର ୨୩୭ଟି ବିଦ୍ୟୁତ ଟ୍ରାନ୍ସଫର୍ମର କ୍ଷତିଗ୍ରସ୍ତ ହୋଇଛି ଏବଂ ୧୨୧ଟି ଜଳ ଯୋଗାଣ ଯୋଜନା ପ୍ରବାବିତ ହୋଇଚି । ଯାହାଦ୍ୱାରା ହଜାର ହଜାର ପରିବାର ବିଶେଷକରିୁ ଉଚ୍ଚ ଅଞ୍ଚଳର ଲୋକମାନେ କଷ୍ଟ ଭୋଗୁଛନ୍ତି । ପାଗ ପରିବର୍ତ୍ତନ ପରେ ରାଜ୍ୟ ପ୍ରଶାସନ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିଛି। ବରଫ ହଟାଇବା ମେସିନ୍, ରାସ୍ତା ମରାମତି ଦଳ ଏବଂ ବିଦ୍ୟୁତ୍ ଏବଂ ଜଳ ବିଭାଗର ଦଳଗୁଡ଼ିକ ଦିନରାତି କାମ କରୁଛନ୍ତି।ସରକାର ପର୍ଯ୍ୟଟକ ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ ଉଚ୍ଚ ଉଚ୍ଚତା ବିଶିଷ୍ଟ ଅଞ୍ଚଳକୁ ଯାତ୍ରା ନକରିବା ଏବଂ ସରକାରୀ ପରାମର୍ଶ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି। SEOC ନିୟନ୍ତ୍ରଣ କକ୍ଷ ୨୪ ଘଣ୍ଟା ପରିସ୍ଥିତି ଉପରେ ନଜର ରଖିଛି।










