28.1 C
Bhubaneswar
Tuesday, April 1, 2025
Homeଦେଶ ବିଦେଶକେଦାରନାଥରେ ତୁଷାରପାତ ଜାରି, ୩ ଦିନ ପାଇଁ ଯାତ୍ରା ବନ୍ଦ

କେଦାରନାଥରେ ତୁଷାରପାତ ଜାରି, ୩ ଦିନ ପାଇଁ ଯାତ୍ରା ବନ୍ଦ

ଚମୋଲି: ଚାର ଧାମ ଯାତ୍ରା ଆରମ୍ଭ ପରେ ବିଗିଡିଲା ପାଗ । ଉତ୍ତରାଖଣ୍ଡରେ ମୂଷଳଧାରାରେ ବର୍ଷା ସହ ତୁଷାରପାତ ଜାରି । ଚମୋଲିରେ ଲ୍ୟାଣ୍ଡସ୍ଲାଇଡ ଯୋଗୁ ବଦ୍ରିନାଥ ହାଇଓ୍ବେ ବନ୍ଦ ହୋଇଯାଇଥିବା ଯୋଗୁ ଅଧାରାସ୍ତାରେ ଶ୍ରଦ୍ଧାଳୁମାନେ ଅଟକି ରହିଛନ୍ତି। ଗଙ୍ଗୋତ୍ରୀ, ଯମୁନୋତ୍ରୀରେ ବର୍ଷା ଜାରି ରହିଥିବା ବେଳେ ପାହାଡ଼ ଉପରେ ବରଫ ବର୍ଷା ହେଉଛି । ଫଳରେ ପାହାଡ଼ି ଇଲାକୁ ପୁଣି ଶୀତ ଫେରିଛି । ଗତକାଲିଠୁ ସୋନପ୍ରୟାଗଠାରେ ଅଟକି ରହିଥିବା ୨୫ଶହ ଶ୍ରଦ୍ଧାଳୁ ଆଜି ଯାତ୍ରା ଆରମ୍ଭ କରିଛନ୍ତି ।

ପାଗ ଅନୁକୂଳ ନଥିବାରୁ ଶ୍ରଦ୍ଧାଳୁଙ୍କ ପାଇଁ ସ୍ବତନ୍ତ୍ର ଗାଇଡଲାଇନ ଜାରି କରାଯାଇଛି । ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଓ ପ୍ରତିକୂଳ ପାଗ ଯୋଗୁ ଆସନ୍ତା ତିନି ତାରିଖ ଯାଏଁ ବାବା କେଦାରନାଥଙ୍କ ଯାତ୍ରା ଉପରେ ରୋକ ଲଗାଇ ଦିଆଯାଇଛି । ରେଜିଷ୍ଟ୍ରେସନ କାଉଣ୍ଟରରେ ପ୍ରବଳ ଭିଡ ଯୋଗୁ ଏଥିରେ ରୋକ ଲଗାଯାଇଛି ବୋଲି ଋଷିକେଶ ଟ୍ରାନଜିଟ କ୍ୟାମ୍ପ ରେଜିଷ୍ଟ୍ରାର ସୂଚନା ଦେଇଛନ୍ତି । ସେହିପରି ଚମୋଲିରେ ହିମସ୍ଖଳନ ଯୋଗୁ ବଦ୍ରିନାଥ ହାଇଓ୍ବେ ବନ୍ଦ ହୋଇଯାଇଛି । ହେମକୁନ୍ଦ ସାହିବ ଯିବା ରାସ୍ତାରେ ବରଫ ଆସ୍ତରଣ ଜମି ରହିଥିବା ବେଳେ ଭାରତୀୟ ସେନା ପକ୍ଷରୁ ଏହାକୁ ହଟାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking