20.1 C
Bhubaneswar
Thursday, January 9, 2025
Homeଘଟଣାବଳୀ-୨୦୨୨Science : ସାପମାନେ ବି କରିଥାନ୍ତି ‘ସୁଇସାଇଡ୍’: ସାମ୍ନାକୁ ଆସିଲା ରିସର୍ଚ୍ଚ ରିପୋର୍ଟ

Science : ସାପମାନେ ବି କରିଥାନ୍ତି ‘ସୁଇସାଇଡ୍’: ସାମ୍ନାକୁ ଆସିଲା ରିସର୍ଚ୍ଚ ରିପୋର୍ଟ

ବ୍ୟୁରୋ: ଆମ ପୃଥିବୀ ପୃଷ୍ଠରେ ଅନେକ ପ୍ରକାରର ଜୀବଜନ୍ତୁ, ସରିସୃପ, ବୃକ୍ଷଲତା ରହିଛନ୍ତି । ତେବେ ଅନେକ ସମୟରେ ବୃକ୍ଷଲତା ଓ ସରିପୃପଙ୍କୁ ନେଇ ନୂଆ ନୂଆ ରିସର୍ଚ୍ଚ ତଥ୍ୟ ସାମ୍ନାକୁ ଆସିଥାଏ । ତେବେ ଆପଣମାନେ ଜାଣନ୍ତି ସାପମାନେ ମଧ୍ୟ ସୁଇସାଇଡ୍ କରିଥାନ୍ତି । ଅନେକ ଲୋକ ଏନେଇ ଅଜ୍ଞାତ ଥାଆନ୍ତି । ତେବେ ଏକଥା ସତ ବୋଲି ରିସର୍ଚ୍ଚ ରିପୋର୍ଟରୁ ଖୁଲାସା ହୋଇଛି । ସାଧାରଣ ଭାବେ ମଣିଷମାନେ ଅନେକ ସମୟରେ କଠିନ ପରିସ୍ଥିତିକୁ ସାମ୍ନା କରି ନପାରି ଆତ୍ମହତ୍ୟା କରିଥାନ୍ତି । ଅନୁରୂପ ଭାବେ ସାପମାନେ ମଧ୍ୟ ଆତ୍ମହତ୍ୟା କରୁଥିବାର ନେଇ ଅତୀତରେ କରାଯାଇଥିବା ଏକ ରିସର୍ଚ୍ଚରୁ ଜଣାପଡ଼ିଥିଲା । ତେବେ ଏହି ଖବରକୁ ନେଇ ପ୍ରଥମେ ଗବେଷକମାନେ ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲେ । ଗୋଟିଏ ବିଷାକ୍ତ ସାପ ଆତ୍ମହତ୍ୟା କରିଥିବା ନେଇ ଅଷ୍ଟ୍ରେଲିଆର ରିସର୍ଚ୍ଚରମାନେ ସ୍ପଷ୍ଟ ହୋଇଥିଲେ । ତେବେ ଜଣାପଡ଼ିଥିଲା ଯେ, ଆତ୍ମହତ୍ୟା କରିଥିବା ବିଷାକ୍ତ ସାପର ନାମ ହେଉଛି ଟ୍ରି ବ୍ରାଉନ ।

ତାହା ସାଧାରଣ ଭାବେ ଅଷ୍ଟ୍ରେଲିଆରେ ଦେଖାଯାଇଥାଏ । କେର୍ନସ ସହରରେ ରହୁଥିବା ମୈଟ ହେଗନ ନାମକ ଜଣେ ସାପ ଧରାଳି ଏହି ଘଟଣାକୁ ଦେଖିଥିଲେ। ହେଗନ ଏକ ୱେବସାଇଟରେ ଏହା ଉଲ୍ଲେଖ କରିଥିଲେ ଯେ, ଜଣେ ମହିଳାଙ୍କ ଘର ବାହାରେ ଏକ ଟ୍ରି ବ୍ରାଉନ ସାପ ଥିବା ସେ ଖବର ପାଇଥିଲେ । ମାତ୍ର ମହିଳାଙ୍କ ସୂଚନା ମୁତାବକ ସାପଟି ଦୁଇ ଘଣ୍ଟା ଧରି ଗୋଟିଏ ସ୍ଥାନରେ ପଡ଼ି ରହିଥିଲା । ସେ ସାପଟି ପାଖକୁ ଯାଇ ଦେଖିଲେ ଯେ, ସାପଟି ନିଜ ପାଟିରେ ବେକକୁ ଦବାଇ ଦେଇଥିଲା । ଫଳରେ ତା’ର ମୃତ୍ୟୁ ଘଟିଥିଲା । ସାପଟି ଏଭଳି ଅବସ୍ଥାରେ ମୃତ୍ୟୁବରଣ କରିବା ହେଗନଙ୍କୁ ସନ୍ଦେହରେ ପକାଇ ଦେଇଥିଲା । ତେଣୁ ସେ ଏହାର ସତ୍ୟାସତ୍ୟ ଜାଣିବା ପାଇଁ ସାପଟିକୁ ପରୀକ୍ଷାଗାରକୁ ନେଇ ପରୀକ୍ଷା କରାଇଥିଲେ । ସାପଟିର ବିଷ ନିଜ ଶରୀରରେ ପହଞ୍ଚିବା ଦ୍ୱାରା ତା’ର ମୃତ୍ୟୁ ହୋଇଥିବା ପରୀକ୍ଷଣରୁ ସ୍ପଷ୍ଟ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking