ମାଲକାନାଗିରି : ପୋଲିସ ଡ଼୍ରେସ ପିନ୍ଧି ପୋଲିସ ଗାଡ଼ିିରେ ଲୋଗୋ ଲଗାଇ ଗଞ୍ଜେଇ ଚାଲାଣ କରାଯାଇଛି । ଏହି ଘଟଣା ଘଟିଛି ମାଲକାନାଗିରିର ଓରକେଲା ଠାରେ । ଘଟଣାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରିଫ କରିଛି । ଘଟଣା ସ୍ଥଳରୁ ପୋଲିସ ପ୍ରାୟ ୧ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି । ଯାହାର ମୁଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି । ଗିରଫ ଅଭିଯୁକ୍ତ ମାନେ ହେଲେ ରାଜୁ ଖରିଫା ,ରାଜୀବ କୁମାର ଓ ଆକାଶ କୁମାର । ସେହିମାନଙ୍କ ମଧ୍ୟରୁ ୨ ଜଣଙ୍କ ଘର ବିହାରର ପାଟନା ହୋଇଥିବା ବେଳେ ଆଉଜଣେ ମୁଜାଫରନଗର ବୋଲି ଜଣାପଡ଼ିଛି । ନାକାମାମୁଡ଼ି ଅଞ୍ଚଳରୁ ବିହାରକୁ ଚାଲାଣ କରାଯାଉଥିଲା ଏହି ଗଞ୍ଜେଇ । ପୁର୍ବରୁ ଖବର ପାଇ ପୋଲିସ ରାସ୍ତାରେ ଚଢାଉ କରିଥିଲା । ଏହି ସମୟରେ ‘ପୋଲିସ’ ଲେଖାଯାଇଥିବା ଏକ ଗାଡ଼ିକୁ ଜବତ କରିଥିଲା ପୋଲିସ ।