27.1 C
Bhubaneswar
Wednesday, June 26, 2024
Homeଓଡିଶାଆସନ୍ତାକାଲି ଓଡିଶା ଆସିବେ ସ୍ମୃତି ଇରାନୀ

ଆସନ୍ତାକାଲି ଓଡିଶା ଆସିବେ ସ୍ମୃତି ଇରାନୀ

ଭୁବନେଶ୍ୱର : ବିଜେପି ଫୋକସରେ ଏବେ ରହିଛି ଓଡ଼ିଶା । ସେଥିପାଇଁ କେନ୍ଦ୍ରୀୟ ବେଜେପି ନେତୃବୃନ୍ଦ ଏବେ ଓଡ଼ିଶା ମୁହାଁ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ନୂତନ ସଦସ୍ୟ ଏବେ ଉତ୍ସାହିତ ଥିବା ବେଳେ ଦଳରେ ଯୋଶ ଭରିବାକୁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଅସନ୍ତା ୨୫ ତାରିଖରେ ସକାଳ ୯ଟାରେ ଆସିବାର କାର୍ଯ୍ୟକ୍ରମ ରହିଛି ବୋଲି ବିଜେପି ବିଧାୟକ ପ୍ରାର୍ଥୀ ସମ୍ପଦ ସ୍ବାଇଁ କହିଛନ୍ତି। ରାଜ୍ୟର ୩ଟି ସ୍ଥାନରେ ନିର୍ବାଚନୀ ସଭାରେ ଯୋଗଦେବେ ସ୍ମୃତି । ପାରାଦୀପର କୁଡଙ୍ଗଠାରେ ସ୍ମୃତି ଇରାନୀଙ୍କ ପ୍ରଥମ ସଭା । ପରେ କେନ୍ଦ୍ରାପଡା ଲୋକସଭା କ୍ଷେତ୍ର ଆଳିରେ ସ୍ମୃତି ଇରାନୀଙ୍କ ୨ୟ ସଭା । ଆଜି ପରେ ରେମୁଣାରେ ନିର୍ବାଚନୀ ସଭାରେ ଯୋଗଦେବେ ସ୍ମୃତି । ତେବେ ସ୍ମୃତିଙ୍କୁ ସ୍ବାଗତ କରିବା ଓ ତାଙ୍କ ଶୋଭାଯାତ୍ରାକୁ ଅଧିକ ପ୍ରଭାବି କରିବାକୁ ଭାଜପା ମହିଳା ନେତ୍ରୀ ସୁଶ୍ରୀ ପ୍ରିୟଦର୍ଶିନୀଙ୍କ ସହ ବହୁ ମହିଳା ନେତ୍ରୀ ମଧ୍ୟ ପ୍ରସ୍ତୁତି ଚଲାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking