28.1 C
Bhubaneswar
Saturday, July 27, 2024
Homeଖେଳଅଷ୍ଟ୍ରେଲିଆ ଦଳକୁ ଫେରିଲେ ସ୍ମିଥ୍‌, କମିନ୍ସ

ଅଷ୍ଟ୍ରେଲିଆ ଦଳକୁ ଫେରିଲେ ସ୍ମିଥ୍‌, କମିନ୍ସ

ନୂଆଦିଲ୍ଲୀ: ଭାରତ ବିପକ୍ଷ ଦିନିକିଆ ସିରିଜ ପାଇଁ କ୍ରିକେଟ୍ ଅଷ୍ଟ୍ରେଲିଆ ୧୮ଜଣିଆ ସମ୍ଭାବ୍ୟ ଦଳ ଘୋଷଣା କରିଛି । ଏହି ଦଳକୁ ଚାରି ବରିଷ୍ଠ ଖେଳାଳି ତଥା ପୂର୍ବତନ ଅଧିନାୟକ ଷ୍ଟିଭେନ୍ ସ୍ମିଥ, ବର୍ତ୍ତମାନର ଅଧିନାୟକ ପ୍ୟାଟ୍ କମିନ୍ସ, ଷ୍ଟାର ପେସର ମିଚେଲ ଷ୍ଟାର୍କ ଓ ଅଲ୍‌ରାଉଣ୍ଡର ଗ୍ଲେନ୍ ମାକ୍ସୱେଲ ଫେରିଛନ୍ତି । ଫର୍ମରେ ରହିଥିବା ଟ୍ରେଭିସ୍ ହେଡ୍ ଆହତ ସମସ୍ୟା ପାଇଁ ଦଳରୁ ବାଦ ପଡ଼ିଛନ୍ତି । ଗତ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ତାଙ୍କ ହାତ ଭାଙ୍ଗିଥିଲା ।

ଯାହାଦ୍ୱାରା ସେ ଏବେ ଦଳରୁ ବାଦ ପଡ଼ିଛନ୍ତି । ଏପରିକି ବିଶ୍ୱକପ୍‌ରେ ତାଙ୍କ ଖେଳିବା ନେଇ ସନ୍ଦେହ ମଧ୍ୟ ଉପୁଜିଛି । ହେଡ୍‌ଙ୍କ ବଦଳ ଖେଳାଳି ଭାବେ ଏବେ ଦଳରେ ସ୍ଥାନ ପାଇଥିବା ମାର୍ଣ୍ଣସ୍ ଲାବୁଶେନ୍ ପୁଣିଥରେ ଦଳରେ ସ୍ଥାନ ପକ୍କା କରିଛନ୍ତି । ବିଶ୍ୱକପ୍ ପାଇଁ ୧୫ ଜଣିଆ ଦଳରେ ରହିନଥିଲେ ମଧ୍ୟ ଲାବୁଶେନ୍‌ଙ୍କ ପ୍ରଦର୍ଶନ ସବୁଠାରୁ ଶ୍ରେଷ୍ଠ ରହିଛି । ଏପରିକ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅଷ୍ଟ୍ରେଲିଆ ଜିତିଥିବା ଦୁଇଟି ମ୍ୟାଚ୍‌ରେ ସେ ହିଁ ନାୟକ ସାଜିଥିଲେ । ଭାରତ ବିପକ୍ଷ ସିରିଜ ପାଇଁ ଅନ୍ତର୍ଜାତୀୟ ପ୍ରଦାର୍ପଣ କରିନଥିବା ମାଟ୍ଟ ଶର୍ଟ ଓ ସ୍ପେନ୍ସର ଜନ୍‌ସନ୍‌ଙ୍କୁ ୧୮ ଜଣିଆ ଦଳରେ ସ୍ଥାନ ମିଳିଛି ।

୧୮ଜଣିଆ ଦଳ: ପ୍ୟାଟ କମିନ୍ସ (ଅଧିନାୟକ), ସିନ୍ ଆବୋଟ, ଆଲେକ୍ସ କ୍ୟାରେ (ୱିକେଟ୍ କିପର), ନାଥାନ୍ ଏଲିସ୍‌, କାମେରନ୍ ଗ୍ରୀନ୍‌, ଜୋଶ ହାଜଲଉଡ୍‌, ଜୋଶ ଇଙ୍ଗଲିଶ, ସ୍ପେନ୍ସର ଜନ୍‌ସନ୍‌, ମାର୍ଣ୍ଣସ୍ ଲାବୁଶେନ୍‌, ମିଚେଲ ମାର୍ଶ, ଗ୍ଲେନ୍ ମାକ୍ସୱେଲ, ତନବୀର ସଂଘ, ମ୍ୟାଟ୍ଟ ଶର୍ଟ, ଷ୍ଟିଭେନ୍ ସ୍ମି୍‌ଥ, ମିଚେଲ ଷ୍ଟାର୍କ, ମାର୍କସ୍ ଷ୍ଟୋଇନିସ୍‌, ଡେଭିଡ୍ ୱାର୍ଣ୍ଣର, ଆଡାମ ଜମ୍ପା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking