17.1 C
Bhubaneswar
Thursday, January 16, 2025
Homeଦ୍ୱାଦଶ ପରୀକ୍ଷା -୨୦୨୨+୨ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ : ଜାଣନ୍ତୁ କ’ଣ…

+୨ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ : ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ : +୨ ପରୀକ୍ଷା ସୂଚିରେ ସମାନ୍ୟ ପରିବର୍ତ୍ତନ । ଏନେଇ କେନ୍ଦ୍ରମନ୍ତ୍ରୀ ପୀୟୁସ ଗୋଏଲ୍‌ଙ୍କୁ ଚିଠି କରାଯାଇଛି । ୩ଟି ବିଷୟରେ ପରୀକ୍ଷାସୂଚୀରେ ପରିବର୍ତ୍ତନ କରାଯାଇଛି । ସେ ହି ୩ଟି ବିଷୟ ହେଲା ଗଣିତ, ଗୃହ ବିଜ୍ଞାନ ଓ ଭୋକେସ୍‌ନାଲ ବାୟୋଲୋଜି ସୂଚୀରେ ପରିବର୍ତ୍ତନ କରାଯାଇଛି । ମେ’ ୧୯ରେ ହେବାକୁ ଥିବା ୩ଟି ବିଷୟରେ ପରୀକ୍ଷା ମେ’ ୩୧ରେ ହେବ ବୋଲି ସୂଚନା ପ୍ରଦାନ କରାଯାଇଛି। ବିଜ୍ଞାନ ପିଲାଙ୍କ ପରୀକ୍ଷା ସୂଚୀରେ କମ୍ ବ୍ୟବଧାନ ଥିବାରୁ ପରିବର୍ତ୍ତନ କରାଯାଇଛି ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଅଫଲାଇନରେ ହେବାକୁ ଯାଉଛି +୨ ପରୀକ୍ଷା । ରାଜ୍ୟରେ ମୋଟ ୩ ଲକ୍ଷ ୨୦ ହଜାର ପିଲା ଅଫଲାଇନରେ ଯୁକ୍ତ ଦୁଇ ପରୀକ୍ଷା ଦେବେ । ଖରାକୁ ଦେଖି ଦୈନିକ ଗୋଟିଏ ସିଟିଂ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି । ସକାଳ ୯ଟାରୁ ଦୈନିକ ଗୋଟିଏ ସିଟିଂ ପରୀକ୍ଷା କରାଯିବ । ମହାମାରୀ ପାଇଁ ପରୀକ୍ଷା ବ୍ୟବସ୍ଥାରେ କୋହଳ କରାଯାଇଛି । ନିଜ ଶିକ୍ଷକମାନଙ୍କ ଦ୍ୱାରା ସମସ୍ତ ପ୍ରାକ୍ଟିକାଲ ପରୀକ୍ଷା କରାଯିବ ।

ଛାତ୍ରଛାତୀଙ୍କ ପରୀକ୍ଷା ମୂଲ୍ୟାଙ୍କନ ନେଇ ଦୁଇଟି ସ୍କିମ୍ କରାଯାଇଛି । ପ୍ରଥମ- ବାର୍ଷିକ ପରୀକ୍ଷାରେ ହୋଇଥିବା ପ୍ରଦର୍ଶନ ଭିତ୍ତିରେ ମାର୍କ ମିଳିବ । ଦ୍ୱିତୀୟ- ବାର୍ଷିକ ପରୀକ୍ଷାରେ ୮୦% ଓ କ୍ୱାଟର ଏଣ୍ଡର ୨୦% ଅନୁସାରେ ମାର୍କ ମିଳିବ । ଦୁଇଟି ବ୍ୟବସ୍ଥାରୁ ଯେଉଁଟିରେ ଛାତ୍ରଛାତ୍ରୀଙ୍କର ସର୍ବାଧିକ ପ୍ରତିଶତ ରହିବ, ସେଇଟି ଚୂଡ଼ାନ୍ତ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking