28.1 C
Bhubaneswar
Wednesday, May 6, 2026
Homeଓଡିଶାଖୋଲିଲା ହୀରାକୁଦର ଆଉ ୬ଟି ଗେଟ୍

ଖୋଲିଲା ହୀରାକୁଦର ଆଉ ୬ଟି ଗେଟ୍

ସମ୍ବଲପୁର: ଉପରମୁଣ୍ଡରେ ବର୍ଷା ପରେ ଫୁଲୁଛି ହୀରାକୁଦ, ବଢୁଛି ଜଳସ୍ତର। ଆଜି ହୀରାକୁଦ ଡ୍ୟାମ୍‌ର ଆଉ ୬ଟି ଗେଟ୍ ଖୋଲାଯାଇଛି। ବର୍ତ୍ତମାନ ୨୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ଫଳରେ ତଳିଆ ଅଞ୍ଚଳର ଲୋକେ ସତର୍କ ରହିବାକୁ କୁହାଯାଇଛି। ଗେଟ୍ ଖୋଲିବା ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ କରାଯାଇଥିଲା। ଉପରମୁଣ୍ଡରେ ବର୍ଷା ଯୋଗୁଁ ଡ୍ୟାମ୍‌ର ଜଳସ୍ତର ବଢୁଥିବାରୁ ଗେଟ୍ ଖୋଲାଯାଇଛି। ବର୍ତ୍ତମାନ ଡ୍ୟାମର ଜଳପତ୍ତନ ୬୨୧.୯୭ ଫୁଟରେ ପହଞ୍ଚିଛି। ୨୦ଟି ଗେଟ୍ ଦେଇ ପାଖାପାଖି ୩ଲକ୍ଷ ଘନଫୁଟ୍ ଜଳ ନିଷ୍କାସିତ ହେଉଥିବା ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking