29.1 C
Bhubaneswar
Sunday, October 20, 2024
Homeଓଡିଶାମତଦାନର ୪୮ଘଣ୍ଟା ପୂର୍ବରୁ ମଦ ବିକ୍ରି ବନ୍ଦ, ଖବର ମିଳିଲେ ରେଡ୍

ମତଦାନର ୪୮ଘଣ୍ଟା ପୂର୍ବରୁ ମଦ ବିକ୍ରି ବନ୍ଦ, ଖବର ମିଳିଲେ ରେଡ୍

ଭୁବନେଶ୍ୱର:  ଚଳିତ ପଞ୍ଚାୟତ ନିର୍ବାଚନକୁ ମୁକ୍ତ ଓ ଅବାଧ କରିବା ଲାଗି ମତଦାନ ଏବଂ ଗଣତି ଦିନ ରାଜ୍ୟରେ ମଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ ରହିବ । ଆସନ୍ତା ୧୬ ତାରିଖରୁ ରାଜ୍ୟରେ ଭୋଟଗ୍ରହଣ ଆରମ୍ଭ ହେଉଥିବା ବେଳେ ୫ଟି ପର୍ଯ୍ୟାୟରେ ଏହା ସଂଗଠିତ ହେବ । ଅର୍ଥାତ୍ ଫେବୃଆରୀ ୧୬, ୧୮, ୨୦, ୨୨, ୨୪ ଦିନ ମତଦାନ ଅନୁଷ୍ଠିତ ହେବ । ଏହି ପାଞ୍ଚଦିନକୁ ଓଡ଼ିଶା ଅବକାରୀ ଅଧିନିୟମ, ୨୦୦୮ର ଧାରା ୨୬(୧) ଆଧାରରେ ଡ୍ରାଏ ଡେ ଭାବେ ଘୋଷଣା କରିଛନ୍ତି ରାଜ୍ୟ ଅବକାରୀ କମିଶନର ଆଶିଷ ସିଂ ।

ଏହି ଦିନମାନଙ୍କରେ କୌଣସି ସ୍ଥାନରେ ମଦ ବିକ୍ରୟ ହୋଇପାରିବ ନାହିଁ । ଏନେଇ ଶ୍ରୀ ସିଂ ପ୍ରତି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଅବଗତ କରିଛନ୍ତି । ଏହି ପାଞ୍ଚଦିନରେ ଲାଇସେନ୍ସ ପ୍ରାପ୍ର କୌଣସି ବାର୍‌, ରେଷ୍ଟୁରାଣ୍ଟ, ହୋଟେଲ୍‌, କ୍ଲବ୍ ଇତ୍ୟାଦି ମଧ୍ୟ ମଦ ବିକ୍ରି କରିପାରିବେ ନାହିଁ । ଏଥିସହ କୌଣସି ବ୍ୟକ୍ତି ମଦ ମହଜୁଦ ରଖିପାରିବେ ନାହିଁ ।

ମତଦାନ ତାରିଖର ୪୮ ଘଣ୍ଟା ପୂର୍ବରୁ ସବୁ ମଦ ଦୋକାନରେ ତାଲା ପଡ଼ିବ । ମଦ ଚୋରାଚାଲାଣ ଉପରେ କଡ଼ା ନଜର ରଖାଯିବ । କୌଣସି ସ୍ଥାନରୁ ଖବର ମିଳିବା ମାତ୍ରେ ରେଡ୍ ହେବ ବୋଲି ଶ୍ରୀ ସିଂ ଜଣାଇଛନ୍ତି । ସେହିଭଳି ଫେବୃଆରୀ ୨୬,୨୭ ଓ ୨୮ରେ ଭୋଟ ଗଣତି ଥିବାବେଳେ ଏହି ଦିନମାନଙ୍କରେ ମଧ୍ୟ ରାଜ୍ୟରେ ମଦବିକ୍ରି ବନ୍ଦ ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking