30.1 C
Bhubaneswar
Saturday, May 4, 2024
Homeଅପରାଧଭାଇର ପ୍ରେମ ବିବାହ ପାଇଁ ଭଉଣୀର ଗଲା ଜୀବନ

ଭାଇର ପ୍ରେମ ବିବାହ ପାଇଁ ଭଉଣୀର ଗଲା ଜୀବନ

ସମ୍ବଲପୁର : ମହଙ୍ଗା ପଡ଼ିଲା ପ୍ରେମ ବିବାହ । ଭାଇ କଲା ପ୍ରେମ, ହେଲେ ଭଉଣୀର ଗଲା ଜୀବନ । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ଲଇଣ୍ଡାମାଳ ଗାଁ’ରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତ ମହିଳାଙ୍କ ନା’ ବନିତା ମିର୍ଦ୍ଧା । ସେ ଜଣେ ବିଧବା ଥିଲେ । ତାଙ୍କ ବୟସ ପାଖାପାଖି ୩୫ ବର୍ଷ ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, ବନିତାଙ୍କ ଭାଇ ଗାଁର ହରି ମିର୍ଦ୍ଧାଙ୍କ ଝିଅକୁ ପ୍ରେମ ବିବାହ କରିଥିଲେ । ତାଙ୍କ ଭାଇଙ୍କ ଘର ଅନ୍ୟ ଗାଁ’ରେ । ତେବେ ବନିତାଙ୍କ ଘରକୁ ଯିବାଆସିବା ବେଳେ ପଡ଼ୋଶୀ ହରିଙ୍କ ଝିଅ ସହ ବନିତାଙ୍କ ଭାଇଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ପରେ ସେମାନେ ବିବାହ କରିଥିଲେ । ହେଲେ ଏହି ବିବାହରେ ହରି ଖୁସି ନଥିଲେ । ଏଥିପାଇଁ ସେ ସବୁବେଳେ ବନିତାଙ୍କୁ ଦାୟୀ କରୁଥିଲେ । ବନିତା ହିଁ ତାଙ୍କ ଭାଇଙ୍କୁ ଶିଖାଇ ଏସବୁ କରିଥିବା ହରି ଅଭିଯୋଗ କରୁଥିଲେ । ଏଥିପାଇଁ ହରି ଓ ବନିତାଙ୍କ ମଧ୍ୟରେ ଅଧିକାଂଶ ସମୟରେ ଝଗଡ଼ା ଲାଗି ରହୁଥିଲା । ଗତକାଲି ସକାଳେ ବନିତା ଓ ହରିଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ରାତିରେ ହରି, ତାଙ୍କର ଦୁଇ ନାବାଳକ ପୁଅ ଓ ସେମାନଙ୍କର ଆଉ ଜଣେ ସହଯୋଗୀ, ଯିଏକି ନାବାଳକ ସମସ୍ତେ ମିଶି ବନିତାଙ୍କ ଘରକୁ ଯାଇଥିଲେ । ସେଠାରେ ସେମାନେ ବନିତାଙ୍କୁ ଘର ଭିତରୁ ଅଗଣାକୁ ଟାଣି ଆଣିଥିଲେ ଓ ପନିକି ଏବଂ ଠେଙ୍ଗାରେ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଛି । ଫଳରେ ଘଟଣାସ୍ଥଳରେ ହିଁ ବନିତାଙ୍କ ମୃତ୍ୟୁ ଘଟିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking