29.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶସିସୋଦିଆଙ୍କ ଜାମିନ ଆବେଦନ ମାମଲା; ଇଡି, ସିବିଆଇକୁ କୋର୍ଟଙ୍କ ନୋଟିସ

ସିସୋଦିଆଙ୍କ ଜାମିନ ଆବେଦନ ମାମଲା; ଇଡି, ସିବିଆଇକୁ କୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତିହାର ଜେଲରେ ବନ୍ଦୀ ଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ମନୀଷ ସିସୋଦିଆ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଛନ୍ତି । ଏହାପରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ସିବିଆଇକୁ ନୋଟିସ ଜାରି କରିଛନ୍ତି କୋର୍ଟ । ଏପ୍ରିଲ ୨୦ ତାରିଖ ସୁଦ୍ଧା ଏନେଇ ଜବାବ ରଖିବାକୁ ସ୍ପେଶାଲ ଜଜ୍ କାଭେରୀ ବାୱେଜା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି । ଗତ ଫେବୃଆରୀ ୨୬ ତାରିଖରେ ସିବିଆଇ ଦ୍ୱାରା ଗିରଫ ହୋଇ ଜେଲରେ ବନ୍ଦୀ ଅଛନ୍ତି ସିସୋଦିଆ । ସିସୋଦିଆଙ୍କ ଜାମିନ ଆବେଦନ ଉପରେ ଜବାବ ରଖିବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଜବାବ ପରେ କୋର୍ଟ ପରବର୍ତ୍ତୀ ଶୁଣାଣି କରିବେ ବୋଲି କହିଛନ୍ତି । ସିବିଆଇ ଓ ଇଡିର ଅଭିଯୋଗ ଅନୁସାରେ ଦିଲ୍ଲୀ ମଦ ନୀତିରେ ବ୍ୟାପକ ଦୁର୍ନୀତି ହୋଇଛି ।

ଏହି ନୀତି ଲାଇସେନ୍ସ ଧାରୀଙ୍କ ଲାଗି ସୁହାଇବା ଭଳି ରହିଥିଲା । ଏପରିକି କିଛି ମଦ ବ୍ୟବସାୟୀଙ୍କ ଲାଇସେନ୍ସ ଫି’କୁ ହ୍ରାସ କରାଯିବା ସହ ସମ୍ପୂର୍ଣ୍ଣ ହଟାଯାଇଥିଲା । ଏହି ନୀତି ଦ୍ୱାରା ଅଭିଯୁକ୍ତ ଆପ୍ ନେତା ବେଆଇନ ଭାବେ ଅର୍ଥ ଠୁଳ କରିଥିଲେ । ଏପରି ଅଭିଯୋଗରେ ସିସୋଦିଆଙ୍କ ସମେତ ଅନ୍ୟ ଆପ୍ ନେତାଙ୍କୁ ଗିରଫ କରାଯାଇଛି । ଏହି ମାମଲାରେ ପ୍ରଥମେ ଗତ ୨୦୨୨ ଅଗଷ୍ଟରେ ଇଡି ଦ୍ୱାରା ଗିରଫ ହୋଇଥିଲେ ସିସୋଦିଆ । ଏହାପରେ ମାମଲାର ଅନୁସନ୍ଧାନ କରୁଥିବା ସିବିଆଇ ୨୬ ଫେବୃଆରୀ ୨୦୨୩ରେ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା । ସେହି ଦିନଠାରୁ ସିସୋଦିଆ ଦିଲ୍ଲୀର ତିହାର ଜେଲରେ ଅଛନ୍ତି । ସିସୋଦିଆ ଫେବୃଆରୀ ୨୦୨୩ରେ ଦିଲ୍ଲୀ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଥିଲେ । ଜାମିନ ପାଇଁ ଅନେକ ଥର ସିସୋଦିଆ ଆବେଦନ କରିଥିଲେ ସୁଦ୍ଧା ତାଙ୍କୁ ନିରାଶ ହେବାକୁ ପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking