30.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶଗାୟକ ହନି ସିଂଙ୍କୁ ମିଳିଲା ହତ୍ୟା ଧମକ, କାନାଡାରୁ ଭଏସ ମେସେଜ ପଠାଇଲା ଗ୍ୟାଙ୍ଗଷ୍ଟର ଗୋଲ୍ଡି...

ଗାୟକ ହନି ସିଂଙ୍କୁ ମିଳିଲା ହତ୍ୟା ଧମକ, କାନାଡାରୁ ଭଏସ ମେସେଜ ପଠାଇଲା ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାର

ନୂଆଦିଲ୍ଲୀ: ପ୍ରସିଦ୍ଧ ଗାୟକ ହନି ସିଂଙ୍କୁ ହତ୍ୟା ଧମକ ଦେଇଛି ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାର । କାନାଡାରୁ ଗୋଲ୍ଡି ବରାର ଏକ ଭଏସ ମେସେଜ ପଠାଇ ହନି ସିଂଙ୍କୁ ଧମକ ଦେଇଛି । ଏନେଇ ହନି ସିଂ ଏବେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲରେ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ପାଇବା ପରେ ସେହି ଭଏସ ନୋଟକୁ ଯାଂଚ କରୁଛି ।
ଗୋଲ୍ଡି ବରାର ପଞ୍ଜାବର ପ୍ରସିଦ୍ଧ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି ମଧ୍ୟ କୁହାଯାଉଛି । ଏବେ ସେ ପଞ୍ଜାବ ଛାଡି କାନାଡାରେ ରହୁଥିବା ଜଣାପଡିଛି । ଏହା ପୂର୍ବରୁ ମଧ୍ୟ ସେ ଅନେକ ଥର ବଲିଉଡ ଷ୍ଟାର ସଲମାନ ଖାନଙ୍କୁ ଅନେକ ଥର ହତ୍ୟା ଧମକ ଦେଇଥିଲେ । ଚଳିତ ବର୍ଷ ମାର୍ଚ୍ଚ ମାସରେ ସେ ଏକ ଇ-ମେଲ ପଠାଇ ସଲମାନଙ୍କ ହତ୍ୟା ଧମକ ଦେଇଥିଲେ । ଏହାପରେ ସଲମାନଙ୍କ ଘରର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।
ଗୋଲ୍ଡି ବରାର ପୂରା ନାମ ହେଉଛି ସତବିନ୍ଦରଜିତ ସିଂ । ତାଙ୍କ ପରିବାର ପଞ୍ଜାବର ମୁକ୍ତସର ସାହିବା ଠାରେ ରୁହନ୍ତି । ଗୋଲ୍ଡିର ଜନ୍ମ ୧୯୯୪ ରେ ହୋଇଥିଲା । ଗୋଲ୍ଡିକୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୌଇର ସହଯୋଗୀ ବୋଲି କୁହାଯାଏ । ଏବେ ସେ କାନାଡାରେ ରହି ନିଜର ଗ୍ୟାଙ୍ଗ ଚଳାଉଛି । ଗୋଲ୍ଡି ବିରୋଧରେ ହତ୍ୟା, ଦାଦାବଟି ଆଦାୟ ଭଳି ଅନେକ ମାମଲା ରହିଛି । ଏହାସହ ଗୋଲ୍ଡି ବିରୋଧରେ ଜାମିନ ବିହୀନ ଗିରଫ ୱାରେଣ୍ଟ ମଧ୍ୟ ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking