32.1 C
Bhubaneswar
Friday, October 18, 2024
Homeଖେଳଲେସିଆ ମାଷ୍ଟର୍ସ ଫାଇନାଲ୍‌ରେ ହାରିଲେ ସିନ୍ଧୁ

ଲେସିଆ ମାଷ୍ଟର୍ସ ଫାଇନାଲ୍‌ରେ ହାରିଲେ ସିନ୍ଧୁ

ନୂଆଦିଲ୍ଲୀ: ଦୁଇଥରର ଅଲିମ୍ପିକ୍ ପଦକ ବିଜୟିନୀ ଭାରତୀୟ ଷ୍ଟାର୍ ଶଟ୍‌ଲର୍ ପିଭି ସିନ୍ଧୁ ମାଲେସିଆ ମାଷ୍ଟର୍ସ ସୁପର୍ ୫୦୦ ବ୍ୟାଡ୍‌ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍ ଟାଇଟଲ୍ ବିଜୟରୁ ବଞ୍ଚିତ ହୋଇଛନ୍ତି । ରବିବାର ଅନୁଷ୍ଠିତ ମହିଳା ସିଙ୍ଗଲ୍ସ ଫାଇନାଲ୍ ମ୍ୟାଚ୍‌ରେ ବିଶ୍ୱ ର‌୍ୟାଙ୍କିଙ୍ଗ୍‌ର ୧୫ ନମ୍ବର ଖେଳାଳିଙ୍କୁ ନଂ. ୭ ର‌୍ୟାଙ୍କ୍‌ର ଚୀନା ଖେଳାଳି ୱାଙ୍ଗ୍ ଝି ୟୁ ୨୧-୧୬, ୫-୨୧, ୧୬-୨୧ରେ ହରାଇ ଦେଇଛନ୍ତି । ଶେଷଥର ପାଇଁ ୨୦୨୨ରେ ସିଙ୍ଗାପୁର ଓପନ୍ ଟାଇଟଲ୍ ଜିତିଥିବା ସିଦ୍ଧୁଙ୍କର ଏହା ୨୦୨୪ର ପ୍ରଥମ ଫାଇନାଲ୍ ଥିଲା । ସେହିପରି ହେଡ୍ ଟୁ ହେଡ୍ ୪ ମ୍ୟାଚ୍‌ରେ ଏହା ୱାଙ୍ଗ୍‌ଙ୍କଠାରୁ ସିନ୍ଧୁଙ୍କ ଦ୍ୱିତୀୟ ପରାଜୟ । ଏକ ଘଣ୍ଟା ଏବଂ ୧୯ ମିନିଟ୍‌ର ସଂଘର୍ଷପୂର୍ଣ୍ଣ ତିନି ଗେମ୍ ବିଶିଷ୍ଟ ମ୍ୟାଚ୍‌ର ଅନ୍ତିମ ଗେମ୍‌ରେ ୧୧-୩ରେ ପଛୁଆ ଥିବା ୱାଙ୍ଗ୍ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ୧୬-୨୧ ସ୍କୋର୍‌ଲାଇନ୍‌ରେ ମ୍ୟାଚ୍ ଜିତିନେଇଥିଲେ । ସେମିଫାଇନାଲ୍‌ରେ ବିଶ୍ୱର ନଂ.୨୦ ବୁସାନନ ଅଙ୍ଗ୍‌ାମ୍‌ରୁଙ୍ଗଫାନ୍‌ଙ୍କୁ ୧୩-୨୧, ୨୧-୧୬, ୨୧-୧୨ରେ ହରାଇବା ପରେ ସିନ୍ଧୁ ଟୁର୍ଣ୍ଣାମେଣ୍ଟ୍‌ରେ ଏକମାତ୍ର ଭାରତୀୟ ଭାବେ ତିଷ୍ଠି ରହିଥିଲେ । ଏହା ବୁସାନନ୍‌ଙ୍କ ବିପକ୍ଷରେ ତାଙ୍କର ୧୮ତମ ବିଜୟ ଥିଲା । ବୁସାନନ୍ ନିଜ କ୍ୟାରିୟର୍‌ରେ ମାତ୍ର ଥରେ ୨୦୧୯ ହଂକଂ ଓପନ୍‌ରେ ସିନ୍ଧୁଙ୍କୁ ହରାଇଥିଲେ । ପଞ୍ଚମ ସିଡ୍ ସିନ୍ଧୁ ଶୁକ୍ରବାର ଖେଳାଯାଇଥିବା କ୍ୱାର୍ଟର୍ ଫାଇନାଲ୍‌ରେ ଚୀନ୍‌ର ହାନ୍ ୟୁ’ଙ୍କୁ ୨୧-୧୩, ୧୪-୨୧, ୧-୧୨ରେ ହରାଇ ସେମିଫାଇନାଲ୍‌ରେ ପ୍ରବେଶ କରିଥିଲେ । ଏହା ପୂର୍ବରୁ ସିନ୍ଧୁ ପ୍ରି-କ୍ୱାର୍ଟର୍ ଫାଇନାଲ୍‌ରେ କୋରିଆର ୟୁ ଜିନ୍ ସିମ୍‌ଙ୍କୁ ୫୯ ମିନିଟ୍‌ର ମୁକାବିଲାରେ ୨୧-୧୩, ୧୨-୨୧, ୨୧-୧୪ରେ ହରାଇ କ୍ୱାର୍ଟର୍ ପାଇନାଲ୍ ଟିକେଟ୍ ହାସଲ କରିଥିଲେ । ସେହିପରି ବୁଧବାର କ୍ୱାଲାଲମ୍ପୁର୍‌ରେ ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟ୍‌ର ପ୍ରଥମ ରାଉଣ୍ଡ୍‌ରେ ଭାରତୀୟ ଶଟ୍‌ଲର୍ ସ୍କଟ୍‌ଲାଣ୍ଡର କ୍ରିଷ୍ଟି ଗିଲ୍‌ମୌରଙ୍କକୁ ୨୧-୧୭, ୨୧-୧୬ ସିଧା ଗେମ୍‌ରେ ମାତ୍ ଦେଇଥିଲେ । ସିନ୍ଧୁ ଏବେ ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଥିବା ସିଙ୍ଗାପୁର ଓପନ୍ ସୁପର୍ ୭୫୦ ଟୁର୍ଣ୍ଣାମେଣ୍ଟ୍‌ରେ ଭାଗନେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking