32.5 C
Bhubaneswar
Monday, June 8, 2026
Homeଓଡିଶାବାଇକ୍‌କୁ ଧକ୍କା ଦେଇ ଜଳିଗଲା ବସ୍: ଜଣେ ମୃତ, ୨ ଗୁରୁତର

ବାଇକ୍‌କୁ ଧକ୍କା ଦେଇ ଜଳିଗଲା ବସ୍: ଜଣେ ମୃତ, ୨ ଗୁରୁତର

ଚଣ୍ଡିଖୋଲ : ବାଇକ୍‌କୁ ଧକ୍କା ଦେଇ ଜଳିଗଲା ବସ୍। ୧୬ ନମ୍ୱର ଜାତୀୟ ରାଜପଥ ଛତିଆ ଠାରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ସୂଚନାନୁଯାୟୀ, ଚକାଡୋଳା ନାମକ ଏକ ଘରୋଇ ବସ୍ ବାରିପଦାରୁ ଭୁବନେଶ୍ଵର ଅଭିମୁଖେ ଆସୁଥିଲା। ୧୬ ନମ୍ୱର ଜାତୀୟ ରାଜପଥ ଛତିଆ ଠାରେ ବସ୍‌ଟି ଏକ ବାଇକ୍‌କୁ ଧକ୍କା ଦେଇ ହୁତୁହୁତୁ ଜଳି ଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଏହି ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking