34.1 C
Bhubaneswar
Friday, October 18, 2024
Homeଦେଶ ବିଦେଶଶିବସେନା ବିଧାୟକଙ୍କ ଅଯୋଗ୍ୟ ଘୋଷଣା ପ୍ରସଙ୍ଗ; ସୁପ୍ରିମକୋର୍ଟରେ ଆଜି ପୁଣି ଶୁଣାଣି

ଶିବସେନା ବିଧାୟକଙ୍କ ଅଯୋଗ୍ୟ ଘୋଷଣା ପ୍ରସଙ୍ଗ; ସୁପ୍ରିମକୋର୍ଟରେ ଆଜି ପୁଣି ଶୁଣାଣି

ନୂଆଦିଲ୍ଲୀ: ଶିବସେନାର ୩୯ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ଦାବି ନେଇ ଉଦ୍ଧବ ଠାକ୍‌ରେ ଗୋଷ୍ଠୀ ପକ୍ଷରୁ ସୁପ୍ରିମକୋର୍ଟରେ ପିଟିସନ ଦାଏର କରାଯାଇଛି । ବୁଧବାର ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ସାମ୍ବିଧାନିକ ପୀଠରେ ଏହାର ଶୁଣାଣି କରାଯାଇଛି । ଏହି ଅବସରରେ ପୀଠ ମତବ୍ୟକ୍ତ କରିଛନ୍ତି ଯେ ଯଦି ୩୯ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିବା ନିଷ୍ପତ୍ତିରୁ ମହାରାଷ୍ଟ୍ର ବାଚସ୍ପତିଙ୍କୁ ବଞ୍ଚିତ କରାଯାଇନଥାନ୍ତା, ତେବେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହୋଇପାରିନଥାନ୍ତେ । ଠାକ୍‌ରେ ଗୋଷ୍ଠୀ ଯୁକ୍ତି ଦର୍ଶାଇଥିଲେ ଯେ ସୁପ୍ରିମକୋର୍ଟଙ୍କ ଦୁଇଟି ରାୟ (୨୦୨୨ ଜୁନ ୨୭ ଏବଂ ୨୦୨୨ ଜୁନ୍ ୨୯) ବଳରେ ସିନ୍ଦେ ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି । ଜୁନ୍ ୨୭ରେ ରାୟରେ ସୁପ୍ରିମକୋର୍ଟ ବିଧାୟକଙ୍କ ଅଯୋଗ୍ୟ ଘୋଷଣା କରିବାରେ ବାଚସ୍ପତି କ୍ଷମତା ସଙ୍କୁଚିତ କରିଥିବାବେଳେ ଜୁନ୍ ୨୯ ରାୟରେ ଆସ୍ଥାଭୋଟ୍ ପାଇଁ ଅନୁମତି ଦେଇଥିଲେ ।

]ଜବାବରେ ସିନ୍ଦେ ଗୋଷ୍ଠୀ ତରଫରୁ ମାମଲା ଲଢୁଥିବା ନୀରଜ କାଉଲ ପୀଠଙ୍କୁ ଜଣାଇଥିଲେ ଯେ ଯଦି ୩୯ ବିଧାୟକ ସେତେବେଳେ ଅଯୋଗ୍ୟ ଘୋଷିତ ହୋଇଥାନ୍ତେ, ତେବେ ମଧ୍ୟ ଠାକ୍‌ରେ ସରକାରଙ୍କ ପତନ ନିଶ୍ଚିତ ଘଟିଥାନ୍ତା । ଠାକ୍‌ରେ ଗୋଷ୍ଠୀର ୧୩ ବିଧାୟକ ଭୋଟଦାନରୁ ବିରତ ରହିଥିବା ସେ କହିଥିଲେ । ଆସ୍ଥାଭୋଟରେ ୨୮୮ ସଦସ୍ୟଙ୍କ ମଧ୍ୟରୁ ସିନ୍ଦେ ଗୋଷ୍ଠୀକୁ ୧୬୪ ଭୋଟ ମିଳିଥିବାବେଳେ ଠାକ୍‌ରେ ଗୋଷ୍ଠୀକୁ ୯୯ ଭୋଟ ମିଳିଥିଲା । ତେଣୁ ୩୯ ବିଧାୟକଙ୍କ ଅଯୋଗ୍ୟ ଘୋଷଣା ପ୍ରସଙ୍ଗ ଗୁରୁତ୍ୱ ହରାଇଥିଲା ବୋଲି ନୀରଜ ଯୁକ୍ତି ଦର୍ଶାଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଗୁରୁୁବାର (ମାର୍ଚ୍ଚ ୨)କୁ ସ୍ଥଗିତ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking