29.1 C
Bhubaneswar
Thursday, June 19, 2025
Homeଦେଶ ବିଦେଶଏମିତି ଧୋଇଲେ ନୂଆ ଦିଶିବ ସିଲ୍କ ଶାଢ଼ୀ! ଦରକାର ପଡ଼ିବନି ଡ୍ରାଇ କ୍ଲିନିକ

ଏମିତି ଧୋଇଲେ ନୂଆ ଦିଶିବ ସିଲ୍କ ଶାଢ଼ୀ! ଦରକାର ପଡ଼ିବନି ଡ୍ରାଇ କ୍ଲିନିକ

ନୂଆଦିଲ୍ଲୀ: ରେଶମ ଶାଢ଼ୀ ବା ସିଲ୍କ ଶାଢ଼ୀ ପିନ୍ଧିବା ପ୍ରାୟତଃ ଆଜିକାଲି ଏକ ଫ୍ୟାସନ । ଆଜିକାଲିର ମହିଳାମାନେ ରେଶମ ଶାଢ଼ୀ ପିନ୍ଧିବାକୁ ଅଧିକ ପସନ୍ଦ କରୁଛନ୍ତି। ସେ ବିବାହ ହେଉ କି ବ୍ରତ ପାର୍ଟି ହେଉ କି ସଭା ସବୁଠି ଯିବା ପାଇଁ ପ୍ରାୟତଃ ମହିଳାମାନେ ରେଶମ ଶାଢ଼ୀ ହିଁ ପିନ୍ଧିବାକୁ ପସନ୍ଦ କରିଥାନ୍ତି।କିନ୍ତୁ ଏହି ରେଶମ ଶାଢ଼ୀ ଯଦି ମଇଳା ହୋଇଯାଏ ଏହାକୁ କିପରି ସଫା କରିବେ ଭାବିଛନ୍ତି କି। ରେଶମ ଶାଢ଼ୀକୁ ସାଧାରଣତଃ ଲୋକମାନେ ନିଜେ ସଫା ନ କରି ଲଣ୍ଡ୍ରିରେ ଦେଇଥାନ୍ତି। ଯାହାକି ଟିକେ ମହଙ୍ଗା ହୋଇଥାଏ। କିନ୍ତୁ ଏବେ ଆଉ ଚିନ୍ତା କରିବାକୁ ପଡିବନି। ଆମେ ଆପଣଙ୍କ ପାଇଁ ଏକ ସରଳ ଉପାୟ ନେଇ ଆସିଛୁ ଯେଉଁଥିରେ ଆପଣଙ୍କ ଟଙ୍କା ସଞ୍ଚୟ ବି ହେବ ଆଉ ଆପଣଙ୍କ ରେଶମର ଶାଢ଼ୀ ଚକ୍ ଚକ୍ ବି କରିବ।ଥଣ୍ଡା ପାଣି ବ୍ୟବାହର କରନ୍ତୁ- ସବୁବେଳେ ରେଶମ ଶାଢ଼ୀ ଧୋଇବା ପାଇଁ ଥଣ୍ଡା ପାଣି ବ୍ୟବହାର କରନ୍ତୁ। ରେଶମ ଶାଢି଼ୀକୁ ଧୋଇବା ପୂର୍ବରୁ ପ୍ରଥମେ କିଛି ସମୟ ଥଣ୍ଡା ପାଣିରେ ଭିଜାନ୍ତୁ।

ରେଶମ ଶାଢ଼ୀ ଧୋଇବା ପାଇଁ ଆଦୌ ଗରମ ପାଣି ବ୍ୟବହାର କରନ୍ତୁ ନାହିଁ। ଗରମ ପାଣି ବ୍ୟବହାର କରିବା ଦ୍ବାରା ଶାଢ଼ୀରେ ରଙ୍ଗ ହଲକା ହୋଇଯାଏ।ଭିନେଗାର ବ୍ୟବହାର କରନ୍ତୁ- ଶାଢି଼କୁ ପାଣିରେ ଭିଜେଇବା ପରେ ଏକ ଟପରେ ଥଣ୍ଡା ପାଣି ନିଅନ୍ତୁ ଓ ଏଥ୍ରିେ ଦୁଇ ଚାମଚ ଭିନେଗାର ମିଶାନ୍ତୁ। ଏହା ପରେ ସେଥିରେ ରେଶମ ଶାଢ଼ୀ ଭିଜାଇ ୧୦ ମିନିଟ୍ ପର‌୍ୟ୍ୟନ୍ତ ରଖନ୍ତୁ। ଏଥିରେ ଲାଗିଥିବା ଦାଗ ଦୂର ହୋଇଯିବ।ଭିନେଗାର ବ୍ୟବହାର କରନ୍ତୁ- ଶାଢ଼ୀକୁ ପାଣିରେ ଭିଜେଇବା ପରେ ଏକ ଟପରେ ଥଣ୍ଡା ପାଣି ନିଅନ୍ତୁ ଓ ଏଥ୍ରିେ ଦୁଇ ଚାମଚ ଭିନେଗାର ମିଶାନ୍ତୁ। ଏହା ପରେ ସେଥିରେ ରେଶମ ଶାଢ଼ୀ ଭିଜାଇ ୧୦ ମିନିଟ୍ ପର‌୍ୟ୍ୟନ୍ତ ରଖନ୍ତୁ। ଏଥିରେ ଲାଗିଥିବା ଦାଗ ଦୂର ହୋଇଯିବ।ରେଶମ ଶାଢି଼କୁ ସାଧା ଶାଢ଼ି ସହିତ ରଖନ୍ତୁ ନାହିଁ। ସବୁବେଳେ ରେଶମ ଶାଢ଼ିକୁ ଏକ ଅଲଗା ସ୍ଥାନରେ ରଖନ୍ତୁ ଓ ଏକ ସୂତା କପଡାରେ ଭଲ ଭାବରେ ଘୋଡାନ୍ତୁ। ଏହା ଆପଣଙ୍କ ଶାଢ଼ି ସୁରକ୍ଷିତ ରହିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking