ନୂଆଦିଲ୍ଲୀ: ପାର୍କିଂ ବିବାଦ ମାମଲାରେ ପୂର୍ବତନ କ୍ରିକେଟର ଓ ପୂର୍ବତନ କଂଗ୍ରେସ ନେତା ନଭଜୋତ ସିଂହ ସିଦ୍ଧୁଙ୍କୁ ଗୁରୁବାର ସୁପ୍ରିମକୋର୍ଟ ୧ ବର୍ଷର ଜେଲଦଣ୍ଡାଦେଶ ଶୁଣାଇଥିଲେ। ଶୁକ୍ରବାର ତାଙ୍କୁ ପଟିୟାଲା କୋର୍ଟରେ ଆତ୍ମସପର୍ମଣ କରିବାର ଥିଲା, କିନ୍ତୁ ଏଥିପାଇଁ ସେ ଆଉ କିଛି ଦିନର ସମୟ ମାଗିଛନ୍ତି। ସିଦ୍ଧୁଙ୍କ ଓକିଲ ଅଭିଷେକ ମନୁ ସିଙ୍ଘଭି ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ସୁପ୍ରିମକୋର୍ଟଙ୍କ ନିକଟରେ କ୍ୟୁରେଟିଭ ପିଟିସନ୍ ଦେଇଛନ୍ତି। ସେ ଆଉ ଏକ ସସ୍ତାହର ସମୟ ମାଗିଛନ୍ତି। ଦ୍ଧୁଙ୍କର କ୍ୟୁରେଟିଭ ପିଟିଶନ୍ ଉପରେ ଶୁଣାଣି କରି ଜଷ୍ଟିସ ଖାନୱିଲକର ଖଣ୍ଡପୀଠ ସିଙ୍ଘଭିଙ୍କୁ କହିଛନ୍ତି, ଆପଣ ଏହାକୁ ନେଇ ଏକ ସଠିକ ଆବେଦନ ଦାଖଲ କରନ୍ତୁ ଓ ଏହି କଥାକୁ ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠରେ ରଖାଯାଉ।
ଉଲ୍ଲେଖନୀୟ ଯେ, ଅଭିଷେକ ମନୁ ସିଙ୍ଘଭି ଚାହୁଁଥିଲେ ଯେ, ଖାନୱିଲକର ଖଣ୍ଡପୀଠ ଆଜି ହିଁ ଆବେଦନ ଉପରେ ଶୁଣାଣି କରନ୍ତୁ, କିନ୍ତୁ ବିଚାରପତି କହିଛନ୍ତି ଏହା ଉପରେ ଶୁଣାଣି ପାଇଁ ସ୍ପେସାଲ ବେଞ୍ଚ ଗଠନ କରବାକୁ ହେବ। ଆପଣ ସିଜେଆଇଙ୍କ ଖଣ୍ଡପୀଠରେ ନିଜର କଥା ରଖନ୍ତୁ। ଅନ୍ୟପକ୍ଷେ ପୀଡିତଙ୍କ ଓକିଲ ସିଦ୍ଧୁଙ୍କ ଆବେଦନକୁ ବିରୋଓ କରିଛନ୍ତି। ସେ କହିଛନ୍ତି, ମାମଲା ବହୁତ ପୁରୁଣା ଓ ଏବେ ଯାଇ ନ୍ୟାୟ ମିଳିଇ।
ଉଲ୍ଲେଖନୀୟ ଯେ ୧୯୮୮ ମସିହା ଏପ୍ରିଲ ୨୭ ତାରିଖରେ ସିଦ୍ଧୁ ତାଙ୍କ ବନ୍ଧୁ ରୂପିନ୍ଦର ସିଂ ପଟିଆଲାର ଶୋରାବଲ ମାର୍କେଟ ଗେଟ୍ ନିକଟରେ ଥିବା ମଝି ରାସ୍ତାରେ କାର ପାର୍କି କରିଥିଲେ। ଗୁରୁସିଂହ ନାମକ ଜଣେ ୬୫ ବର୍ଷୀୟ ବୃଦ୍ଧ ବ୍ୟକ୍ତି ତାଙ୍କୁ ସେଠାରୁ କାର ହଟାଇବାକୁ କହିଥିଲେ। ଏହି କଥାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ଏହାପରେ ସିଦ୍ଧୁ ସେହି ବୃଦ୍ଧଙ୍କୁ ନିଜର ଆଣ୍ଠୁରେ ଆକ୍ରମଣ କରିଥିଲେ। ଏଥିରେ ବୃଦ୍ଧ ଜଣଙ୍କ ଗୁରୁତର ହୋଇପଡିଥିଲେ । ବୃଦ୍ଧଙ୍କୁ ମେଡିକାଲ ନିଆଯାଇଥିଲେ ବି ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ରିପୋର୍ଟ ଆସିଥିଲା ଗୁରୁସିଂଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ସିଦ୍ଧୁ ଓ ତାଙ୍କର ବନ୍ଧୁ ରୂପିନ୍ଦରଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଥିଲା।
୧୯୯୯ ରେ ସିଦ୍ଧୁ ନିର୍ଦୋଷରେ ଖଲାସା ହୋଇଥିଲେ।ଏହାପରେ ୨୦୦୨ ରେ ଏହି ମାମଲାକୁ ନେଇ ପଞ୍ଜାବ ସରକାର ହାଇକୋର୍ଟରେ ଆବେଦନ କରିଥିଲେ । ୨୦୦୬ ମସିହାରେ ପଞ୍ଜାବ ହାଇକୋର୍ଟ ଶୁଣାଣି କରି ସିଦ୍ଧୁ ଓ ତାଙ୍କ ବନ୍ଧୁଙ୍କୁ ୩ ବର୍ଷ ଲେଖାଏଁ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ । ଏହି ପ୍ରସଙ୍ଗରେ ବିରୋଧୀ ସିଦ୍ଧୁଙ୍କୁ ଘେରିବା ପରେ ସେ ଲୋକସଭାରୁ ଇସ୍ତଫା ଦେଇଥିଲେ । ଏହାପରେ ହାଇକୋର୍ଟଙ୍କ ରାୟକୁ ସିଦ୍ଧୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ସେତେବେଳେ ସିଦ୍ଧୁଙ୍କର ଓକିଲ ଥିଲେ ସ୍ୱର୍ଗତ ବିଜେପି ନେତା ଅରୁଣ ଜେଟଲୀ। ୨୦୧୮ ରେ ସୁପ୍ରିମକୋର୍ଟ ସିଦ୍ଧୁଙ୍କ ଦୋଷୀ ସାବ୍ୟସ୍ତ କରିଥିଲେ ମଧ୍ୟ ଦଣ୍ଡ ନଦେଇ କେବଳ ୧ ହଜାର ଟଙ୍କାର ଜୋରିମାନା ଲଗାଇଥିଲେ। ପୀଡିତଙ୍କ ପରିବାର ରିଭ୍ୟୁ ପିଟିସନ୍ ଦାଖଲ କରିବା ପରେ ସିଦ୍ଧୁଙ୍କୁ ଏବେ ବର୍ଷକ ପାଇଁ ଜେଲଦଣ୍ଡାଦେଶ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ