25.8 C
Bhubaneswar
Monday, January 6, 2025
Homeଦେଶ ବିଦେଶପଞ୍ଜାବ ସରକାରଙ୍କ ବିଷୟରେ ଏମିତି କହିଲେ ସିଦ୍ଧୁ ମୁସେୱାଲାଙ୍କ ବାପା

ପଞ୍ଜାବ ସରକାରଙ୍କ ବିଷୟରେ ଏମିତି କହିଲେ ସିଦ୍ଧୁ ମୁସେୱାଲାଙ୍କ ବାପା

ନୂଆଦିଲ୍ଲୀ : ଲୋକପ୍ରିୟ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କ ମୃତ୍ୟୁକୁ ଦୁଇବର୍ଷ ବିତିଗଲାଣି। ଦୁଇବର୍ଷ ପରେ ସିଦ୍ଧୁ ମୁସେୱାଲାଙ୍କ ବାପା ଓ ମା’ଙ୍କ ମୁଖରେ ହସ ଦେଖିବାକୁ ମିଳିଛି। କାରଣ ଗତ ରବିବାର ସିଦ୍ଧୁ ମୁସେୱାଲାଙ୍କ ମା’ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ଏହି ଘଟଣା ଚର୍ଚ୍ଚାରେ ରହିଛି।ମୁସେୱାଲଙ୍କ ବାପା ବାଲ କୌର ସିଂ ସୋସିଆଲ ମିଡିଆରେ ପଞ୍ଜାବ ସରକାରଙ୍କ ଉଦ୍ଦେଶ୍ୟରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏହି ପୋଷ୍ଟରେ ସେ ଉଲ୍ଲେଖ କରିଛନ୍ତି କି, ଭଗବାନଙ୍କ ଆଶୀର୍ବାଦରୁ ଆମେ ପୁଣି ଥରେ ଆମ ପୁଅକୁ ଫେରି ପାଇଛୁ। କିନ୍ତୁ ପଞ୍ଜାବ ସରକାର ଆମକୁ ଶାନ୍ତିରେ ରହିବାକୁ ଦେଉନାହିଁ। । ସନ୍ତାନର ଜନ୍ମ ପରଠାରୁ ନବଜାତ ବୈଧ ଅଟେ କି ନୁ‌ହେଁ ତାହା ପ୍ରମାଣିତ କରିବାକୁ ସରକାର ମୋ’ ଉପରେ ଚାପ ପକାଉଛନ୍ତି। ଏମିତିକି ଛୁଆ ଜନ୍ମ ସଂକ୍ରାନ୍ତୀୟ କାଗଜପତ୍ର ଦାଖଲ କରିବାକୁ ଜୋର କରୁଛନ୍ତି। ନବଜାତ ଓ ତାର ମା’ ଏବେ ହସ୍ପିଟାଲରେ ଅଛନ୍ତି। ସେଠାରେ ଦୁହିଁଙ୍କ ଚିକିତ୍ସା ଚାଲିଛି। ମୁଁ ପଞ୍ଜାବ ସରକାରଙ୍କୁ ଏତିକି ଅନୁରୋଧ କରୁଛି କି ହସ୍ପିଟାଲର ସମସ୍ତ ଔପଚାରିକତାକୁ ଶେଷ କରିବାକୁ ମୋତେ ସମୟ ଦିଅନ୍ତୁ। କାରଣ ମୁଁ ଏବେ ବହୁତ ବ୍ୟସ୍ତରେ ଅଛି। କଥା ଦେଉଛି ମୋତେ ସମୟ ମିଳିବା ମାତ୍ରେ ଦାବି କରୁଥିବା ସମସ୍ତ ଦସ୍ତାବିଜ ଦାଖଲ କରି ଦେବି।’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking