33.1 C
Bhubaneswar
Sunday, June 22, 2025
Homeଓଡିଶାଭଙ୍ଗା କୁଡ଼ିଆରେ ରୋଗାଗ୍ରସ୍ତ ମା’ ଓ ମାନସିକ ବିକୃତ ଝିଅ

ଭଙ୍ଗା କୁଡ଼ିଆରେ ରୋଗାଗ୍ରସ୍ତ ମା’ ଓ ମାନସିକ ବିକୃତ ଝିଅ

ଫୁଲବାଣୀ : ପରିବାର କହିଲେ କେବଳ ମା’ ଓ ଝିଅ । ମା’ ଲିଳାବତୀ ବେହେରା (୫୬) ଦୀର୍ଘଦିନ ହେଲା କିଡନୀ ରୋଗରେ ପୀଡ଼ିତ । ଏକମାତ୍ର ଝିଅ ହେଉଛି ମାନସିକ ବିକାରଗ୍ରସ୍ତ ଉଜ୍ଜଳା ବେହେରା । ଘର ଖଜୁରିପଡ଼ା ବ୍ଲକ ଉରୁମୁଣ୍ଡା ଗ୍ରାମର ହରିଜନ ସାହିରେ । ଗତ ଅଗଷ୍ଟ ମାସରେ ହୋଇଥିବା ଲଗାଣ ବର୍ଷ ଫଳରେ କେଉଁ କାଳର ଘର ସଂପୂର୍ଣ୍ଣ ଭାଙ୍ଗିଯାଇଛି । ସେହି ସମୟରେ ପ୍ରଶାସନ କେବଳ ଖଣ୍ଡେ ପଲିଥିନ୍ ଦେଇ ଆଜି ପର୍ଯ୍ୟନ୍ତ ନିରବ ରହିଛି । ବର୍ତ୍ତମାନ ଘରର ପରିସ୍ଥିତି ଯେଭଳି ଅଛି ଆଗକୁ ଆସୁଥିବା ବର୍ଷାରେ ନିଶ୍ଚିତ ଭାବେ ଘରଟି ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିବାର ସମ୍ଭାବନା ରହିଛି । ଏଭଳି ସ୍ଥଳେ ବୃଦ୍ଧା ମା’ ଜଣକ କିିଭଳି ଭାବେ ମାନସିକ ବିକାରଗ୍ରସ୍ତ ଝିଅକୁ ଧରି ରହିବେ ସେ ନେଇ ଚିନ୍ତାରେ । ଏହି ଅସହାୟ ପରିବାରକୁ ସହାୟତ ପାଇଁ ପୂର୍ବରୁ ଗ୍ରାମର ଶିକ୍ଷିତ ଯୁବକ ଓ ଅନ୍ୟମାନେ ମଧ୍ୟ ପ୍ରଶାସନର ଦ୍ୱାରସ୍ଥ ହୋଇ ନିବେଦନ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ସହାୟତା କିମ୍ବା ସହଯୋଗ ମିଳିନାହିଁ । ଏପରିକି ଉରୁମୁଣ୍ଡା ଗ୍ରମାବାସୀ ଏହି ପରିବାର ପ୍ରତି ସହାୟ ହେବାପାଇଁ ପଞ୍ଚାୟତ ଓ ବ୍ଲକ ପ୍ରଶାସନକୁ ଗୁହାରି କରିଥିଲେ ବୋଲି ପ୍ରକାଶ କରିଛନ୍ତି । ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ଅସହାୟ ରୋଗାଗ୍ରସ୍ତ ମା’ ଓ ଝିଅ ପ୍ରତି ଦୃଷ୍ଟିଦେବାକୁ ଅଞ୍ଚଳବାସୀ ନିବେଦନ କରିଥିବା ବେଳେ ଜିଲ୍ଲାପାଳ, ତହସିଲ୍‌ଦାର ଓ ବିଡିଓ ଦୃଷ୍ଟିଦେବା ଆବଶ୍ୟକ ହୋଇପଡ଼ିଛି ବୋଲି ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking