ପୁରୀ : ଆଜି ବସୁଛି ଶ୍ରୀମନ୍ଦିର ନୀତି ସବକମିଟି ବୈଠକ । ବୈଠକରେ ଜାନୁଆରୀ ୧୭ରେ ଲୋକାର୍ପିତ ହେବାକୁ ଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପର୍କରେ ଆଲୋଚନା ହେବ। ଏହାସହ ଡିସେମ୍ବର ୧୬ରୁ ଜାନୁଆରୀ ୧୪ ଯାଏ ଅନୁଷ୍ଠିତ ହେବାକୁ ଥିବା ଶ୍ରୀଜୀଉଙ୍କ ପହିଲି ଭୋଗ ଓ ୧୫ରେ ଧନୁ ସଂକ୍ରାନ୍ତି ନୀତି ନିର୍ଘଣ୍ଟ କରାଯିବ।
ଜାନୁଆରୀ ୨୫ ତାରିଖରେ ହେବାକୁ ଥିବା ଦେବାଭିଷେକ ନୀତି ସମ୍ପର୍କରେ ହେବ ଆଲୋଚନା । ବୈଠକରେ ନୀତି ନିର୍ଘଣ୍ଟ ଚୂଡାନ୍ତ ହେବା ପରେ ୧୧ରେ ହେବାକୁ ଥିବା ଛତିଶା ନିଯୋଗ ବୈଠକରେ ମୋହର ବାଜିବ । ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ନୀତି ପ୍ରଶାସକ ଓ ନୀତି ସବକମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହିବେ।