ମୂଲ୍ୟ ଓ ମୂଲ୍ୟବୋଧ ମଧ୍ୟରେ ଦ୍ୱନ୍ଦ୍ୱସଂଘାତସମାଜଜୀବନରେସଂପ୍ରତିସୃଷ୍ଟିକରିଛି ଏକ ଶୋଚନୀୟ ଛନ୍ଦପତନ । ଅତୀତର ନୈତିକମୂଲ୍ୟବୋଧକୁ ପ୍ରତିମୁହୂର୍ତରେ ଆଘାତହାଣୁଛିବର୍ତମାନରରାଜନୈତିକ ଓ ଅର୍ଥନୈତିକ ଆଭିମୁଖ୍ୟ । ଯୋଜନାଗୁଡିକମଣିଷ ପାଇଁ ପ୍ରସ୍ତୁତ ନହୋଇଉଦ୍ଦିଷ୍ଟହେଉଛି ଅର୍ଥକୁବେରବର୍ଗ ନିମନ୍ତେ ଏବଂସମ୍ବଳସବୁସମାଜ ପାଇଁବିନିର୍ଯୁକ୍ତ ନହୋଇବିନିର୍ବ୍ୟୟିତହେଉଛିରାଜନୈତିକ ଦଳୀୟତାରହାତପାଣ୍ଠିବର୍ଦ୍ଧକସମୃଦ୍ଧିସକାଶେ । ଏହି ଦୃଷ୍ଟିରୁଗଣତନ୍ତ୍ରରମୂଳସତାବ୍ୟକ୍ତିର ଅଧିକାର ଅସୁରକ୍ଷିତ । ମାନବିକ ଅଧିକାର ମଧ୍ୟ ଉଲ୍ଲଘିଂତ । ନାଗରିକକହିଲେ ଆମେକେବଳ ଦେଖୁଛୁଗୁଡିଏ ନିରୁପାୟଭୋଟର୍ଙ୍କୁ – ଯେଉଁମାନେ ସାଂପ୍ରତିକସାମାଜିକ ପ୍ରହସନରଜଣେଜଣେ ନୀରବ ଦର୍ଶକ ।
ସମାଜଜୀବନର ଅବକ୍ଷୟକୁ ଆମେସବୁ ଅଙ୍ଗେ ନିଭାଉଛୁବିଭିନ୍ନସ୍ତରରେ । ଆଜି ଯୁଆଡେଚାହିଁଲେ ଉପଦ୍ରବ, ଉତ୍ପୀଡନ, ଅସନ୍ତୋଷ, ଅନଟନ ଓ ଆତଙ୍କବାଦର ବୁଢିଆଣୀଜାଲ । ପ୍ରକୃତି ପ୍ରତି ଅବିଚାରିତମୃତ୍ୟୁଦଣ୍ଡ ଘୋଷଣାକରିଶିଳ୍ପସମୃଦ୍ଧି ନାମରେସାରାସମାଜକୁମୁହାଁଇନିଆଯାଉଛି ଏକ ନାରକୀୟଭବିଷ୍ୟତଆଡେ । ଜଳ-ଜମି-ଜଙ୍ଗଲରଜହ୍ଲାଦବର୍ଗଜୁଲମଚଳାଉଛନ୍ତିରାଷ୍ଟ୍ରବ୍ୟବସ୍ଥାକୁକାଏମ୍କରିରଖିଥିବାଶାସକ, ପ୍ରଶାସକଙ୍କ ଦ୍ୱାରା ପରିଚାଳିତ ଓ ପରିପାଳିତସୂତ୍ରଧରମାନଙ୍କସହାୟତାରେ । ଦେଶର ନିରନ୍ନ ନିରୀହଜନସାଧାରଣ ଆଜିସ୍ୱାଧୀନତାରଶାସ୍ତି ଦେଖୁଛନ୍ତିମହାଦୁର୍ନୀତିରମଂଚଭୂମିରେ । ଚୋର, ତସ୍କର, ଚଂଚକ, ଶଠ, ହରିଲୁଟ୍କାରୀ, ହତ୍ୟାକାରୀ, କଳାକାରବାରୀମାନେ ଶାସନ ଓ ପ୍ରଶାସନକୁକ୍ରମେ ଯେପରିକରାୟତକରିଚାଲିଛନ୍ତି, ସେଥିରେଭାରତବର୍ଷରେଗଣତନ୍ତ୍ରରମୂଳଉତ୍ପାଟିତହେବାରବେଳ ଯେ ଘନାଇଆସିସାରିଲାଣି – ଏଥିରେ କଣ ଆଉତିଳେମାତ୍ରସଂଶୟରହିଛି ? ଅଧିକାଂଶରାଜନେତା ନିଜନିଜ ନୈତିକ ଦାୟିତ୍ୱକୁଭୁଲି ଆତ୍ମସମର୍ପଣକରିସାରିଛନ୍ତିଚଂଚକବର୍ଗରଚକ୍ରବ୍ୟୁହମଧ୍ୟରେ । ଅଧିକାଂଶ ଅର୍ଥନୈତିକ ପରାମର୍ଶଦାତାଯୋଜନା ଓ ସମନ୍ୱୟ ନୀତିଗୁଡିକୁ ନିର୍ଦ୍ଧାରଣକରୁଛନ୍ତିଗ୍ରାମରାଜ୍ୟକିରାମରାଜ୍ୟରମେହନତୀମଣିଷମାନଙ୍କ ପାଇଁ ନୁହେଁ – ନଗରନିବାସୀସୌଖିନ୍ ପରାଙ୍ଗପୁଷ୍ଟସୌଦାଗରଶ୍ରେଣୀ ପାଇଁ । ସୌଦାଗରୀସଭ୍ୟତାସଂପ୍ରତି ନିଶ୍ଚିହ୍ନ କରିବାକୁ ଯାଉଛି ଆମରମୌଳିକସଂସ୍କୃତିରମୂଲ୍ୟବୋଧକୁ । ରାଜନୀତି ଯେପରିଜନସାଧାରଣଙ୍କୁକରିସାରିଛିକଂଜ୍ୟୁମର୍ବାଗ୍ରାହକ । ସାଂପ୍ରତିକଭାରତବର୍ଷର ଏ ଦୁଇଚରିତ୍ରରସ୍ଫଳନକୁଲକ୍ଷ୍ୟକଲେ ଆମେ ଅବଗତହୋଇପାରିବା ଅବକ୍ଷୟର ଅସଲ କାରଣ । ମତଦାତାମାନେ ନକଲିନେତୃତ୍ୱ ଦ୍ୱାରା ପ୍ରବଂଚିତହୋଇସାରିଥିବାବେଳେଗ୍ରାହକମାନେ ଭେଜାଲ୍ବଜାର ଦ୍ୱାରାଭୟଙ୍କରଭାବରେମୂଲୁଣ୍ଠିତ !
କିଣାବିକାରବଜାରରେଭୋଟ୍ ଓ ନୋଟ୍ର ଅଙ୍ଗାଙ୍ଗୀଭାବରେଜଡିତହେବାରଇତିହାସସ୍ୱାଧୀନତା ପରବର୍ତୀକାଳର ଏକ ବିକୃତବିଡମ୍ବନା । ରାଜନୀତି ଆଜି ଦଳମାନଙ୍କର ଦୋକାନଦାରିରେ ପରିଣତହୋଇସାରିଥିବାବେଳେ ଅର୍ଥନୀତିଏବେ ପାଲଟିଛି ପାଳଭୂତ – ଶୋଷଣସର୍ବସ୍ୱବଣିକବର୍ଗର ନିଆଁଗିଳା ପାଉଁଶକ୍ଷେତରେ ! ନବ୍ୟ ପୁଞ୍ଜିବାଦ ଏବେଶ୍ରମିକମାନଙ୍କୁବିପ୍ଲବୀତତ୍ୱଠାରୁ ଦୂରେଇରଖିବାର ଅଭିସନ୍ଧିରେଯୋଗାଇ ଦେଉଛିଗୋଟିକ ପରେଗୋଟିଏସୁବିଧାସୁଯୋଗ – ବଳି ପକାଇବା ପୂର୍ବରୁବୋଦା ବେକକୁ ଯେପରିବଡବଡ ଫୁଲମାଳରେସଜାଇ ଦିଆଯାଏ! ଶିଳ୍ପବିସ୍ତାର ଦ୍ୱାହିରେସାମାଜିକସୁବର୍ଣ୍ଣଯୁଗରସ୍ଲୋଗାନ୍ଶୁଣାଇମୁନାଫାଖୋରମହାଜନବର୍ଗରମତଲବୀମାତବରମାନେ ଗାଆଁରୁଗଡଜାତଯାଏଁବିଛାଇଚାଲିଛନ୍ତିମାୟାଜାଲ । ପ୍ରକୃତିରେବିକୃତି, ପରିବେଶରେ ପ୍ରଦୂଷଣ, ମଣିଷରମାଟିପାଣିପବନରେବିଷପ୍ରକ୍ରିୟା । କୃଷକରଜୀବନକ୍ଷେତ୍ର ଆଜିଶ୍ମଶାନକ୍ଷେତ୍ର । ଗାଆଁସବୁଭବିଷ୍ୟତରଗର୍ଭପାତରେଜର୍ଜରିତ । ମଫସଲମୂଳପୋଛ । ମଣିଷପଣମୁମୁର୍ଷୂ ।
ଭାରତବର୍ଷ-ସମ୍ବିଧାନରେ ଯାହାର ପରିଚିତ ‘ଭାରତ ଦ୍ୟାଟ୍ଇଜ୍ଇଣ୍ଡିଆ’ (ଈଷବକ୍ସବଗ୍ଧ ଗ୍ଧଷବଗ୍ଧ ସଗ୍ଦ ଓଦ୍ଭୟସବ) ଏକ ବିଭକ୍ତିବ୍ୟକ୍ତିତ୍ୱର ଅଭିବ୍ୟକ୍ତି । ଏକ ଆତ୍ମବିଭକ୍ତିରାଷ୍ଟ୍ର – ରାଜନୈତିକ, ଅର୍ଥନୈତିକ, ସାମାଜିକ, ସାଂସ୍କୃତିକ, ଧର୍ମୀୟ, ଏପରିକିରାଜନୈତିକ ଦୃଷ୍ଟିଭଙ୍ଗୀଟିଏ, ଏପର୍ଯ୍ୟନ୍ତ କୌଣସିରାଜନୈତିକ ଦଳ ଆଶାନୁରୂପ ଭାବରେହାସଲକରିପାରିନାହାନ୍ତି । ସେଥିପାଇଁ ନିର୍ବାଚନ ପରେ ନିର୍ବାଚନ, ଭାଷଣ ପରେଭାଷଣ, ଶାସନ ପରେଶାସନ, ଯୋଜନା ପରେଯୋଜନା – ସବୁକେବଳ ପ୍ରବଂଚନା ପରେ ପ୍ରବଂଚନା । ଏବଂ ଏ କ୍ରମାଗତକରାଳ ପ୍ରବଂଚନାର ଦୟନୀୟଶିକାରହୋଇଆସୁଛି ଦୁର୍ଗତଭାରତୀୟମହାଜାତି ।
ସ୍ୱାଧୀନତା – ଯାହାକୁବହୁବର୍ଷର ସଂଗ୍ରାମଲବ୍ଧ ମହାର୍ଘମୁକ୍ତିରୂପେ ବିଜ୍ଞପ୍ତିକରାଯାଇଆସୁଛି, ତାରକୌଣସି ପ୍ରକୃଷ୍ଟ ପ୍ରଭାବଜନଜୀବନରେରେଖାପାତକରିଥିବାଭଳିମନେହେଉନାହିଁ । ଦେଶରମୁକ୍ତି- ଅଥଚ ଜାତୀୟଜୀବନରଚରମ ଅଧୋଗତି! ଏହା କ’ଣ ସ୍ୱାଧୀନତାରସ୍ୱାଦ ? ବରଂଗୋଟାଏବିଡମ୍ବନାମୟବିଭାଜନର ନିର୍ଲଜ୍ଜ ନାମାନ୍ତର ଏ ସ୍ୱାଧୀନତା । ସ୍ୱାଧୀନତା ଆସିଛିକେବଳ ପାଠ୍ୟପୁସ୍ତକରେ, ପୋଷ୍ଟରରେ, ପତାକାରେ- ସାଧାରଣସ୍ତରରେସଂଘର୍ଷରତଜନଜୀବନରେ ନୁହେଁ । ବରଂଭାରତବର୍ଷରଭଙ୍ଗାଭୂଗୋଳଭଳିଭାରତୀୟସଂକୀର୍ଣ୍ଣତାରଛୋଟଛୋଟହିଡରେ ଏ ଭାରତବର୍ଷଗୋଟାଏବନ୍ଦୀଚକବନ୍ଦୀରଚକଡା… ବିଭିନ୍ନମୁଖାପିନ୍ଧିମତଲବରବିଚିତ୍ର ଆଖଡା !
ଭାରତବର୍ଷରରାଜୀନତିରୁଗ୍ଣ, ଅର୍ଥନୀତିଋଣୀ, ଧର୍ମରରଙ୍ଗ ଧୂସର । ଏହି ଅବସ୍ଥା ଏକ ଅରାଜକତା ଓ ଅସୁସ୍ଥ ଅବ୍ୟବସ୍ଥାଛଡା ଆଉ କ’ଣ ? ଏହି ଅବାଂଛନୀୟ ଅବସ୍ଥାରୁହିଁଜନ୍ମ ନିଏ ଆତଙ୍କବାଦ, ଅବିଶ୍ୱାସ, ଅନ୍ଧାକାନୁନ୍ରବିଷାକ୍ତବାତାବରଣ । ବିଷମଞ୍ଜି ଆଜିବିଶାଳବିଷବୃକ୍ଷ । ସେବୃକ୍ଷର ଫଳାହାର ଏକ ପ୍ରାତ୍ୟହିକ ପ୍ରାତଃରାଶରେ ପରିଣତହୋଇଛି ଆମସମସ୍ତଙ୍କ ପକ୍ଷରେ ।
ଭାରତବର୍ଷର ପ୍ରତ୍ୟେକ ପ୍ରଦେଶ – ଗୋଟିଏଭାତହାଣ୍ଡିରଚାଉଳ । ସବୁଠିସେଇସ୍ଥାଣୁତ୍ୱ, ସ୍ଥବିରତା ଓ ଶୀତଳଶୂନ୍ୟତା । ଏହା ନିଶ୍ଚିତ ପକ୍ଷରେଯେକୌଣସିରାଜନୈତିକ ଦଳ, ଯିଏଶାସନ ଓ କ୍ଷମତାବଂଟୁଆରାରଖୋଳରେଜର୍ସି ପିନ୍ଧିବାକୁ ଆଗେଇ ଆସୁଛି- ତା’ ପାଇଁମସ୍ତବଡଚାଲେଞ୍ଜ । ମାତ୍ର ଏ ଚାଲେଞ୍ଜକୁସାମ୍ନାକରିବାରଯୋଗ୍ୟତା ଆଜିକୋତୋଟି ଦଳ ନିକଟରେରହିଚି ?
ବର୍ତମାନର ପରିପ୍ରେକ୍ଷୀରେକୌଣସିଗୋଟିଏ ନିର୍ଦ୍ଦିଷ୍ଟରାଜନୈତିକ ଦଳକୁକ୍ଷମତାରଗୋଟିଚଳାଇବାକୁଛାଡିଦେଇ ଦେଶବାସୀଚୁପ୍ଚାପ୍ବସିରହିବା ଆଦୌ ନିରାପଦ ନୁହେଁ । ପ୍ରତ୍ୟେକରାଜନୈତିକ ଦଳରୁ ପରିଚ୍ଛନ୍ନଭାବମୂର୍ତି ଓ ପ୍ରଭାବଶାଳୀବ୍ୟକ୍ତିତ୍ୱମାନଙ୍କୁଚିହ୍ନଟକରାଯାଇ ଦେଶ ଓ ଜନଗଣଙ୍କଉଜ୍ଜ୍ୱଳଭବିଷ୍ୟତ ଦୃଷ୍ଟିରୁ ଯଦି ଏକ ସଂକଳ୍ପବଦ୍ଧ ସମ୍ମିଳିତ ରାଜନୈତିକମହାଶକ୍ତିଠିଆହୋଇ ପାରନ୍ତା, ତା’ହେଲେଭାରତବର୍ଷ ପାଇଁ ପ୍ରସ୍ତୁତହୋଇପାରନ୍ତା ପ୍ରକୃତମୁକ୍ତିମାର୍ଗ ।
ଜନଗଣଙ୍କୁ ପରାଧୀନ ରଖି, ରାଷ୍ଟ୍ରୀୟମର୍ଯ୍ୟାଦାକୁ ପଦାନତକରିକୌଣସିରାଜନୈତିକ ଦଳକୁ ଗଣତନ୍ତ୍ର ନାଆଁରେଗାଦିରେଠାକୁରକରିବସାଇ ଦେଉଥିବା ଯାଏଁ- ଆମେକେବଳ ଏକ ସୁବିଧାବାଦର ସଡକରେମୋରମ୍ବିଛାଇଚାଲୁଥିବା । ରାଜନୈତିକ ଦଳମାନେ ଦଳୀୟସ୍ୱାର୍ଥ ନୁହେଁ, ଜାତୀୟସ୍ୱାର୍ଥ ଓ ରାଷ୍ଟ୍ରୀୟସୁରକ୍ଷାରଗୁରୁଦାୟିତ୍ୱବହନ କରିବାରଚିନ୍ତନ ଓ କାର୍ଯ୍ୟ ଆରମ୍ଭ କରନ୍ତୁ- ଲୋକମାନଙ୍କଭିତରେ ପୁଣିଫେରାଇ ଆଣନ୍ତୁ ଏକ ସକାରାତ୍ମକନେତୃତ୍ୱର ପତିଆରା ।
ବର୍ତମାନ ନକରାତ୍ମକନେତୃତ୍ୱ ଅଧିକାଂଶରାଜନୈତିକ ଦଳରସାଧାରଣବ୍ୟାଧି- ଏବଂ ଏ ବ୍ୟାଧି ଉତ୍କଟଭାବରେସଂକ୍ରାମକହୋଇ ପୂରା ଦେଶଟାକୁ ଦଳରଜଳଖିଆ ଥାଳିରେ ପରଷି ଦେବା ପାଇଁସୁଦ୍ଧାତୟାର୍ – ଏହାଠାରୁବଳି ଦୁର୍ଭାଗ୍ୟଜନକ ଅଘଟଣ ଆଉ କ’ଣ ଥାଇପାରେ ?
ଯେତେବେଳେଏହାହିଁ ଅବସ୍ଥା, ସେତେବେଳେ ନିର୍ବାଚନ ମଂଚରେବ୍ୟବସ୍ଥାକୁ ବଦଳାଇବାରଘଷରାଘୋଷଣାକେବଳତୁମ୍ବିତୋଫାନ୍ । ଦେଶରସମସ୍ତରାଜନୈତିକ ଦଳ, ନେତୃତ୍ୱ ଓ ବ୍ୟକ୍ତିତ୍ୱବର୍ତମାନ ଗୋଟିଏମଂଚରେଏକାଠିହୋଇସଠିକ୍ବିଚରଣ ଓ ବିଶ୍ଲେଷଣର ପର୍ଯ୍ୟାୟ ଆରମ୍ଭ କରନ୍ତୁ- ପରସ୍ପରକୁବିରୋଧ କରିବାରେସମୟ ନଷ୍ଟ ନକରିସେଇସମୟସୀମାମଧ୍ୟରେବରଂ ନିଜ ନିଜରସ୍ୱବିରୋଧ, ଦ୍ୱନ୍ଦ ଓ ଆତ୍ମବିଭକ୍ତିମାନସିକତାରୁମୁକ୍ତି ପାଇବାରବାଟଖୋଜନ୍ତୁ । ଏହାହିଁ ଆଜିଭାରତବର୍ଷର ଆତ୍ମିକ ଆହ୍ୱାନ !
ଯାଜପୁରରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩