29.1 C
Bhubaneswar
Wednesday, April 23, 2025
Homeଦେଶ ବିଦେଶଆମେରିକା ବାଣିଜ୍ୟ ଦୂତାବାସ ସମ୍ମୁଖରେ ଗୁଳିମାଡ଼; ୨ ଜଣଙ୍କ ମୃତ୍ୟୁ

ଆମେରିକା ବାଣିଜ୍ୟ ଦୂତାବାସ ସମ୍ମୁଖରେ ଗୁଳିମାଡ଼; ୨ ଜଣଙ୍କ ମୃତ୍ୟୁ

ୱାଶିଂଟନ୍‌: ସାଉଦି ଆରବର ଜେଦ୍ଦା ସହରସ୍ଥିତ ଆମେରିକା ବାଣିଜ୍ୟ ଦୂତାବାସ ସମ୍ମୁଖରେ ଗୁଳିମାଡ଼ ଘଟି ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଦ୍ୱୟଙ୍କ ମଧ୍ୟରେ ଜଣେ ସୁରକ୍ଷା କର୍ମ ଥିବା ବେଳେ ଅନ୍ୟ ଜଣେ ଆକ୍ରମଣକାରୀ ବୋଲି ଜଣାପଡ଼ିଛି। ଏହି ଘଟଣା ପରେ ଆମେରିକା ଦୂତାବାସ ସମ୍ମୁଖରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଗତକାଲି ସନ୍ଧ୍ୟା ବେଳେ ଏକ କାର୍‌ରେ ଜଣେ ଯୁବକ ଆସି ଜେଦ୍ଦା ସହରସ୍ଥିତ ଆମେରିକା ବାଣିଜ୍ୟ ଦୂତାବାସ ସମ୍ମୁଖରେ ଅଟକିଥିଲେ।

ଉକ୍ତ ଯୁବକଙ୍କ ହାତରେ ବନ୍ଧୂକ ଥିଲା। କାର୍‌ରୁ ବାହାରିବା କ୍ଷଣି ସେ ଆଖି ବୁଜା ଗୁଳି ଚଳାଇବା ଆରମ୍ଭ କରିଥିଲେ। ଆକ୍ରମଣକାରୀଙ୍କ ଗୁଳିରେ ଜଣେ ସୁରକ୍ଷା କର୍ମୀ ଟଳି ପଡ଼ିଥିଲେ। ଏପରି ଅତର୍କିତ ଆକ୍ରମଣ ଦେଖି ସୁରକ୍ଷା କର୍ମୀ ତୁରନ୍ତ ପାଲଟା ଗୁଳିଚାଳନା କରିଥିଲେ। ଏଥିରେ ଆକ୍ରମଣକାରୀ ଯୁବକଜଣକ ଘଟଣାସ୍ଥଳରେ ଆଖି ବୁଜିଥିଲେ। ଏପରି ଆକ୍ରମଣ ପଛର କାରଣ ଜଣା ପଡ଼ି ନ ଥିବା ବେଳେ ଆକ୍ରମଣକାରୀଙ୍କ ପରିଚୟ ମିଳିପାରିନି। ତେବେ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇ ଯାଇଥିବା ମକ୍କା ପୁଲିସ୍‌ କହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking