27.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶଫେସବୁକ-ଇନଷ୍ଟାଗ୍ରାମ ୟୁଜର୍ସଙ୍କୁ ଝଟକା....

ଫେସବୁକ-ଇନଷ୍ଟାଗ୍ରାମ ୟୁଜର୍ସଙ୍କୁ ଝଟକା….

ହାଇଦ୍ରାବାଦ: ଫେସବୁକ, ଇନ୍‌ଷ୍ଟାଗ୍ରାମ୍ ୟୁଜର୍ସଙ୍କୁ ଝଟକା । ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସ୍ୱୁକ୍ ଏବଂ ଇନ୍‌ଷ୍ଟାଗ୍ରାମ ମଧ୍ୟରେ ବଢ଼ିବ ଦୂରତା । ବଦଳିବ ୟୁଜର ଏକ୍ସପେରିୟନ୍ସ । ଏନେଇ ମେଟା ପକ୍ଷରୁ ଘୋଷଣା କରାଯାଇଛି । ଡିସେମ୍ବର ମାସର ମଧ୍ୟ ସୁଦ୍ଧା ଫେସବୁକ ଏବଂ ଇନଷ୍ଟାଗ୍ରାମ ମଧ୍ୟରେ କ୍ରସ୍ ଆପ୍ ମେସେଜିଂ ବନ୍ଦ କରାଯିବ ବୋଲି ମେଟା ପକ୍ଷରୁ ଘୋଷଣା କରାଯାଇଛି । ଇନଷ୍ଟାଗ୍ରାମର ଏକ ସପୋର୍ଟ ପେଜ ଅନୁସାରେ, ବର୍ତ୍ତମାନ ଇନଷ୍ଟାଗ୍ରାମରୁ ଫେସବୁକରେ ଆଉ ନୂଆ ଚାଟ ଆରମ୍ଭ କରିପାରିବେ ନାହିଁ । କିନ୍ତୁ ପୂର୍ବରୁ କରିଥିବା ଚାଟ ଡିଲିଟ ହେବ ନାହିଁ । ଏହାକୁ କେବଳ ଦେଖିବା ସମ୍ଭବ ହେଲେ ହେଁ ୟୁଜର୍ସ ରିପ୍ଲାଇ ଦେଇପାରିବେ ନାହିଁ ।

ଯଦି କୌଣସି ବ୍ୟକ୍ତି ସହ ଚାଟ କରିବାକୁ ଚାହୁଁଛନ୍ତି ତେବେ ମେସେଞ୍ଜର କିମ୍ବା ଫେସବୁକର ସାହାଯ୍ୟ ନେବାକୁ ହେବ । ପ୍ରକାଶଥାଉକି ୨୦୨୦ ମସିହାରେ ମେଟା ପକ୍ଷରୁ ଇନଷ୍ଟାଗ୍ରାମ ପାଇଁ ମେସେଞ୍ଜର ସପୋର୍ଟ ରୋଲ୍ ଆଉଟ୍ କରିଥିଲା । ଯେଉଥିରେ ଫେସବୁକ ଏବଂ ଇନଷ୍ଟାଗ୍ରାମ ମଧ୍ୟରେ କ୍ରସ୍ ପ୍ଲାଟଫର୍ମ ମେସେଜିଂ ଆରମ୍ଭ ହୋଇଥିଲା । କିନ୍ତୁ ଦୀର୍ଘ ୩ ବର୍ଷ ପରେ ମେଟା ପୁନଃ ଏହାକୁ ପରିବର୍ତ୍ତନ କରିବା ନେଇ ଘୋଷଣା କରିଛି । ତେବେ ଏହା ପଛର କାରଣ କଣ ରହିଛି ସେନେଇ କୌଣସି ପ୍ରକାର ସୂଚନା ଦିଆଯାଇ ନାହିଁ । ଫେସବୁକ୍ ଆକାଉଣ୍ଟ୍ ସହିତ ପୁରୁଣା ଇନ୍‌ଷ୍ଟାଗ୍ରାମ ଚାଟ୍ ୱାନ ୱେ ଷ୍ଟ୍ରିଟ୍ ଭାବେ ପରିଗଣିତ ହେବ । ଏହାର ଅର୍ଥ ମେସେଜ୍ ଦେଖିହେବ କିନ୍ତୁ ଏହାର ପ୍ରତିଉତ୍ତର କିମ୍ବା ରିପ୍ଲାଇ ଦେବାରେ ସମ୍ଭବ ହେବ ନାହିଁ । ଏହାସହିତ ଇନ୍‌ଷ୍ଟାଗ୍ରାମ ୟୁଜର୍ସଙ୍କ ଫେସବୁକ୍ ଆକାଉଣ୍ଟ ସହିତ ଜଡ଼ିତ ରହିଥିବା କୌଣସି ଚାଟ୍ ଫେସବୁକ୍‌, ମେସେଞ୍ଜର କିମ୍ବା ଇନ୍ୱକ୍ସକୁ ସ୍ଥାନାନ୍ତର ହୋଇପାରିବ ନାହିଁ । ଫେସବୁକ୍ ଆକାଉଣ୍ଟରେ ମଧ୍ୟ ଇନ୍‌ଷ୍ଟାଗ୍ରାମ୍ ଚାଟ୍ ଦେଖାଯିବ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking