35.1 C
Bhubaneswar
Saturday, May 31, 2025
Homeଓଡିଶାପିକନିକ୍ ଋତୁରେ ଶିମିଳିପାଳ ବନ୍ଦ

ପିକନିକ୍ ଋତୁରେ ଶିମିଳିପାଳ ବନ୍ଦ

କରଞ୍ଜିଆ : ପିକନିକ୍ ଋତୁରେ ଶିମିଳିପାଳ ବନ୍ଦ । ଜିଦରେ ଅଟଳ ଆନ୍ଦୋଳନକାରୀ । ଜନପ୍ରତିନିଧିଙ୍କ ସମସ୍ତ ଉଦ୍ୟମ ଫେଲ୍ ପରେ ସମାଧାନ ପାଇଁ ୨ଦିନ ସମୟ ଦେଇଛି ପ୍ରଶାସନ। ୩ ପଂଚାୟତବାସୀ ମିଳିତ ଆଲୋଚନା କରି ରବିବାର ସୁଦ୍ଧା ନିଷ୍ପତ୍ତି ଜଣାଇବାକୁ କୁହାଯାଇଛି। ଶିମିଳିପାଳ ଅଭୟାରଣ୍ୟ ବନ୍ଦ ଥିବାରୁ କୋଟି କୋଟି ଟଙ୍କା ରାଜସ୍ବ ହରାଉଛନ୍ତି ସରକାର । ଶିମିଳିପାଳ ବିକାଶ ପରିଷଦ ସଙ୍ଗଠନ ଡାକରାରେ ୫ ଦଫା ଦାବି ନେଇ ଗତ ନଭେମ୍ବର ୨୫ ତାରିଖରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିଭିନ୍ନ ପଂଚାୟତବାସୀ। ବନ ବିଭାଗ ଏବଂ ପ୍ରଶାସନ ଅଧିକାରୀ ଆଲୋଚନା କରିଥିଲେ ବି କୌଣସି ସମାଧାନର ରାସ୍ତା ବାହାରି ପାରୁନାହିଁ । ଗତକାଲି ଯଶୀପୁର ବ୍ଲକ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ଆନ୍ଦୋଳନ ପ୍ରତ୍ୟାହୃତ ପାଇଁ ନିବେଦନ କରିଥିଲେ ଉପଜିଲ୍ଲାପାଳ । ବୈଠକରେ ଆଲୋଚନା ପରେ ଦୁଇଦିନ ସମୟ ମାଗିଛନ୍ତି ଆନ୍ଦୋଳନକାରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking