27.1 C
Bhubaneswar
Wednesday, June 26, 2024
Homeଓଡିଶାମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ପାଳନ ଆରମ୍ଭ ନେଇ ଶଶୀଭୂଷଣ ବେହେରାଙ୍କ ପ୍ରତିକ୍ରିୟା

ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ପାଳନ ଆରମ୍ଭ ନେଇ ଶଶୀଭୂଷଣ ବେହେରାଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର: ବିଜେଡ଼ିର ବରିଷ୍ଠ ନେତା ଶଶୀଭୂଷଣ ବେହେରାଙ୍କ ପ୍ରତିକ୍ରିୟା ଦେଖାଦେଇଛି ଶ୍ରୀମନ୍ଦିରର ଚାରି ଦ୍ଵାର ଖୋଲିବା କଥା ନେଇ । ସେ କହିଛନ୍ତି ଯେ, ଜଣେ ଆଦିବାସୀ ଯୁବକ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ମୁଁ ତାଙ୍କୁ ଶୁଭେଛା ଜଣାଉଛି । ପ୍ରଥମ ଦିନରୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ପାଳନ ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟ ସକାରାତ୍ମକ ଦିଗକୁ ପ୍ରତିଫତିଳିତ କରୁଛି। ଶ୍ରୀଜଗନ୍ନାଥ ଙ୍କ ସଂସ୍କୃତି ଅନନ୍ୟ । ଗୋଟିଏ ଦ୍ଵାର ହେଉ କି ଚାରି ଦ୍ଵାରରେ ହେଉ, ଶୃଙ୍ଖଳିତ ଦର୍ଶନକୁ ଜଗନ୍ନାଥ ପ୍ରେମୀ ଗ୍ରହଣ କରିବେ। ବିଜୟୀ ଦଳମାନେ ସାଧାରଣତଃ ପୂର୍ବତନ ଶାସକ ଦଳ ପ୍ରତି ଆକ୍ରୋଶ ମୂଳକ ମନୋଭାବ ରଖିଥାନ୍ତି। ବେଳେବେଳେ ‌ନୂଆ ସରକାର ପ୍ରତିଶୋଧ ପରାୟଣ ହୋଇଥାନ୍ତି। ଆଶା କରୁଛି ନୂଆ ସରକାର ପ୍ରତିଶୋଧ ପରାୟଣ ନହୋଇ ପ୍ରତିଶ୍ରୁତି ପାଳନ କରିବେ। ପୂର୍ବ ସରକାରଙ୍କର ଜନକଲ୍ୟାଣ ଯୋଜନା ବନ୍ଦ ନ ହେଉ। ବିଜେପିକୁ ଚମକପ୍ରଦ ସଫଳତା ମିଳିଛି। ଏହା ସ୍ବାଗତଯୋଗ୍ୟ ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking