37.1 C
Bhubaneswar
Sunday, April 28, 2024
Homeବ୍ରେକୀଙ୍ଗଦେଶଦ୍ରୋହ ଅଭିଯୋଗରେ ଶଶି ଥରୁରଙ୍କ ସମେତ ୬ ସାମ୍ବାଦିକଙ୍କ ନାମରେ ଏତଲା

ଦେଶଦ୍ରୋହ ଅଭିଯୋଗରେ ଶଶି ଥରୁରଙ୍କ ସମେତ ୬ ସାମ୍ବାଦିକଙ୍କ ନାମରେ ଏତଲା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶରେ କଂଗ୍ରେସ ସାଂସଦ ଶଶି ଥରୁର ଓ ୬ ଜଣ ସାମ୍ବାଦିକଙ୍କ ନାମରେ ଦିଲ୍ଲୀରେ ଚାଷୀଙ୍କ ପକ୍ଷରୁ ଟ୍ରାକ୍ଟର ରାଲି ବେଳେ ହୋଇଥିବା ହିଂସାକାଣ୍ଡକୁ ନେଇ ଏତଲା ହୋଇଛି । ଏହି ଏତଲା କୁ ଭିତି କରି ପୋଲିସ ଏମାନଙ୍କ ବିରୋଧରେ ଦେଶଦ୍ରୋହ, ଅପରାଧିକ ଷଡଯନ୍ତ୍ର ଓ ଶତ୍ରୁତାକୁ ପ୍ରୋତ୍ସାହିତ କରିବା ଭଳି ଅଭିଯୋଗ ନେଇ ମାମଲା ରୁଜୁ କରିଛି । ପ୍ରଥମ ଏଫଆଇଆର ନୋଏଡାରେ କରାଯାଇଥିବା ବେଳେ ଆଉ ୪ଟି ଏଫଆଇଆର ମଧ୍ୟପ୍ରଦେଶର ଭୋପାଳ, ହୋସାଙ୍ଗବାଦ,ମୂଲତାଇ ଓ ବେଟୁଲରେ ହୋଇଛି । ପ୍ରଥମ ଏଫଆଇଆର ଦିଲ୍ଲୀ ରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଦ୍ୱାରା ଦାଖଲ କରାଯାଇଥିଲା । ଯେଉଁଥିରେ , ଦିଲ୍ଲୀ ପୋଲିସ ଗୁଳିରେ  ଜଣେ ଚାଷୀଙ୍କର ମୃତ୍ୟୁ ହୋଇଥିବା ଶ୍ରୀ ଥରୁର ଏବଂ ସାମ୍ବାଦିକମାନେ ଡିଜିଟାଲ ପ୍ରସାରଣ ଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ପରେ ଏହାକୁ ନେଇ ବିବାଦ ଦେଖା ଦେଇଥିଲା ।  ମାମଲା ରୁଜୁ ହୋଇଥିବା ସାମ୍ବାଦିକମାନଙ୍କ ନାମ ହେଉଛି ରାଜଦୀପ ସରଦେଶାଇ, ମ୍ରିନାଲ ପାଣ୍ଡେ, ବିନୋଦ ଜୋଷ, ଜଫର ଆଘା, ପରେଶ ନାଥ ଓ ଅନନ୍ତ ନାଥ । ଏହି ଘଟଣା ନେଇ କୁହାଯାଇଛି, ସାମ୍ବାଦିକମାନେ ଏଥିପାଇଁ ଅଭିଯୋଗର ଶିକାର ହୋଇଥିଲେ ,କାରଣ ସେମାନେ ଜଣେ ଚାଷୀଙ୍କ ମୃତ୍ୟୁକୁ ନେଇ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିଲେ । ଏହାକୁ ବାଦ ଦେଲେ ବିକ୍ଷୋଭ ପ୍ରଦର୍ଶନ ବେଳେ ବିକ୍ଷୋଭକାରୀ ଏବଂ ପୋଲିସଙ୍କ ମଧ୍ୟରେ ଯେଉଁଭଳି ସଂଘର୍ଷ ଚାଲିଥିଲା, ସେଥିପାଇଁ ସାମ୍ବାଦିକମାନେ ଏମିତି ରିପୋର୍ଟ ଉଲ୍ଲେଖ କରିବା ସ୍ୱାଭାବିକ ଥିଲା । ଉଲେଖଯୋଗ୍ୟ ଯେ , ଜାନୁଆରୀ ୨୬ରେ ହଜାର ହଜାର ଚାଷୀ ନୂତନ କୃଷି ଆଇନକୁ ବିରୋଧ କରି ଟ୍ରାକ୍ଟର ରାଲିରେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ । ବିକ୍ଷୋଭକାରୀ ଲାଲକିଲ୍ଲାରେ ପ୍ରବେଶ କରି ପୋଲିସ ସହିତ ସଂଘର୍ଷ କରିଥିଲେ ।

ଅନ୍ୟପଟେ ଚାଷୀ ଆନ୍ଦୋଳନକୁ ନେଇ ମିଛ ଖବର ପ୍ରଚାର କରିବା ଓ ଅନ୍ୟକେତେକ ଘଟଣାକୁ ଭିତି କରି ‘ଇଣ୍ଡିଆ ଟୁ ଡ଼େ’ ପକ୍ଷରୁ ରାଜୀବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବାରୁ ସେ ଇସ୍ତଫା ଦେଇଛନ୍ତି ।  ଲଗାତାର ଭାବେ ମିଛ ଖବର ଖେଳାଇବା ଯୋଗୁ ‘ଇଣ୍ଡିଆ ଟୁ ଡେ’ ଚ୍ୟାନେଲ ତାଙ୍କୁ ଦୁଇ ସପ୍ତାହ ପାଇଁ ଟିଭି ସାମ୍ନାକୁ ଆସିବାକୁ ମନା କରିଥିଲା । ଏଥିସହ ତାଙ୍କର ଏକ ମାସର ଦରମା ମଧ୍ୟ କାଟିଥିବା ମଧ୍ୟ ସୂଚନା ରହିଛି । ଫଳରେ ରାଜଦୀପ ଚ୍ୟାନେଲରୁ ଇସ୍ତଫା ଦେଇଛନ୍ତି । ସୂଚନାନୁସାରେ, ରାଜଦୀପ ସରଦେଶାଇ ଗୋଟିଏ ସପ୍ତାହ ମଧ୍ୟରେ ଦୁଇଟି ପ୍ରମୁଖ ମିଥ୍ୟା ଖବର ପ୍ରଚାର କରିବାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ, ଯାହା ପରେ ତାଙ୍କୁ ମିଡିଆ ହାଉସ ଦ୍ୱାରା ଦୁଇ ସପ୍ତାହ ପାଇଁ ନିଲମ୍ବିତ କରାଯାଇଥିଲା । ରାଜୀବ ନିଜ ଟୁଇଟ୍ ଜରିଆରେ କହିଛନ୍ତି ଯେ,  ପୋଲିସ ଗୁଳିରେ ଜଣେ କୃଷକ ନବନୀତ୍ ସିଂଙ୍କର ମୃତ୍ୟୁ ହୋଇଛି । ହେଲେ ପ୍ରକୃତରେ ସେହି ବ୍ୟକ୍ତି ଜଣକ ଟ୍ରାକ୍ଟର ଦୁର୍ଘଟଣା କରି ପ୍ରାଣ ହରାଇଥିଲେ । ସେହିଭଳି , ନେତାଜୀ ଜୟନ୍ତୀରେ ମଧ୍ୟ ସେ ରାଷ୍ଟ୍ରପତିଙ୍କ ଦ୍ୱାରା ଉନ୍ମୋଚିତ ନେତାଜୀଙ୍କ ଏକ ଫଟୋର ଭୁଲ୍ ଫଟୋକୁ ଟୁଇଟ୍ କରିଥିଲେ । ଯାହାପରେ ଚ୍ୟାନେଲ ତାଙ୍କୁ ଦୁଇ ସପ୍ତାହ ପାଇଁ ଟିଭି ସାମ୍ନାକୁ ଆସିବା ପାଇଁ ମନା କରିବା ସହିତ ସସପେଣ୍ଡ କରିଥିଲା । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking