36.1 C
Bhubaneswar
Saturday, May 4, 2024
Homeଅପରାଧଲଜ୍ଜା: ଦୁଇ ଦଳିତ ଭଉଣୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ଲଜ୍ଜା: ଦୁଇ ଦଳିତ ଭଉଣୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ଲକ୍ଷ୍ନୌ: ଦୁଇ ଦଳିତ ଭଉଣୀଙ୍କୁ ଦୁଷ୍କର୍ମ ପରେ ହତ୍ୟା । ଗଛରୁ ମିଳିଲା ଝୁଲନ୍ତା ମୃତଦେହ । ଉତ୍ତରପ୍ରଦେଶ ଲଖିମପୁର ଖେରୀରେ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଦୁଇ ଭଉଣୀଙ୍କୁ ପ୍ରଥମେ ଅପହରଣ କରାଯିବା ପରେ ଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକଙ୍କ ପରିବାର ଲୋକେ ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଏନେଇ ମାମଲା ରୁଜୁ କରି ୬ ଜଣଙ୍କୁ ଗିରଫ କରିଛି । ଏହି ଘଟଣା ପଦାକୁ ଆସିବା ପରେ ଏବେ ସାରା ରାଜ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ମୃତ ଦୁଇ ଭଉଣୀ ନାବାଳିକା ଅଟନ୍ତି । ଜଣେ ଦଶମ ଶ୍ରେଣୀ ଏବଂ ଅନ୍ୟ ଜଣେ ସପ୍ତମ ଶ୍ରେଣୀର ଛାତ୍ରୀ ଥିଲେ । ପୀଡିତାଙ୍କ ପରିବାର ଲୋକେ ୪ ଜଣଙ୍କ ବିରୋଧରେ ଏତଲା ଦେଇଛନ୍ତି ।

ସେମାନଙ୍କ ମଧ୍ୟରୁ ୩ ଜଣ ଅଜ୍ଞାତ ଯୁବକ ହୋଇଥିବାର ସୂଚନା ମିଳିଛି । ଅଭିଯୋଗ ଅନୁଯାୟୀ, ଗାଁ ପାଖରେ ତିନି ଜଣ ଯୁବକ ବାଇକ ଯୋଗେ ଦୁଇ ଭଉଣୀଙ୍କୁ ଅପହରଣ କରିନେଇଥିଲେ । ସେମାନଙ୍କ ସହ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିଲେ । ବୁଧବାର ଅପରାହ୍ନରେ ଦୁଇ ନାବାଳିକଙ୍କ ମୃତଦେହ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ପୋଲିସ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହିତ ପୋଷ୍ଟମର୍ଟମର ଭିଡିଓଗ୍ରାଫି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ହତ୍ୟା ଘଟଣାରେ ପୋଲିସ ଜୁନୈବ ନାମକ ଜଣେ ଯୁବକଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣକ ମୃତକଙ୍କ ପଡୋଶୀ ଅଟେ । ସେ ନିଜର ସାଙ୍ଗମାନଙ୍କ ସହ ମିଶି ଦୁହିଁଙ୍କୁ ଅପହରଣ କରିବା ପରେ ଦୁଷ୍କର୍ମ କରି ହତ୍ୟା କରିଛି । ଏହି ମାମଲାରେ ଏ ପର୍ଯ୍ୟନ୍ତ ୬ ଜଣଙ୍କୁ ଗିରଫ କରାଯାଇଛି । ଅନ୍ୟପଟେ ଦଳିତ ଭଉଣୀଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯିବାକୁ ନେଇ ବିରୋଧି ଯୋଗୀ ସରକାରଙ୍କୁ ଘେରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking