36.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶମର୍ମନ୍ତୁଦ ସଡକ ଦୁର୍ଘଟଣା: ଚାଲିଗଲା ୫ ଜୀବନ

ମର୍ମନ୍ତୁଦ ସଡକ ଦୁର୍ଘଟଣା: ଚାଲିଗଲା ୫ ଜୀବନ

ଶ୍ରୀନଗର : ଜମ୍ମୁ-କାଶ୍ମୀରରେ ୨୪ ଘଣ୍ଟାରେ ପୁଣି ଘଟିଛି ଆଉ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ରଜୌରୀରେ ଏକ ବସ୍ ଖାଇକୁ ଖସି ୫ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି । ଘଟଣା ବିଷୟରେ ଖବର ପାଇ ସେନା, ପୁଲିସ ଓ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ । ଘଟଣା ସ୍ଥଳରୁ ଏଯାଏଁ ୫ ମୃତ ଦେହ ଉଦ୍ଧାର କରାଯାଇଛି । ଉକ୍ତ ବସ୍‌ଟି ଜମ୍ମୁରୁ ପୁଞ୍ଛ ଯାଉଥିଲା ବୋଲି ଜଣାପଡିଛି । ତେବେ କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ସୂଚନାଯୋଗ୍ୟ, ଗତକାଲି ଜମ୍ମୁ-କାଶ୍ମୀରର ପୁଞ୍ଛ ଜିଲ୍ଲାରେ ବଡ ଧରଣର ଏକ ସଡକ ଦୁର୍ଘଟଣା ଘଟିଥିଲା । ଜିଲାର ମଣ୍ଡି ତହସିଲରେ ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖା ନିକଟରେ ଏକ ଯାତ୍ରୀବାହୀ ବସ ଖାଇକୁ ଖସି ଯାଇ ଏଥିରେ ପ୍ରାୟ ୧୧ ଜଣଙ୍କ ଜୀବନ ଚାଲି ଯାଇଥିଲା । ଏହାସହ ୨୦ ରୁ ଅଧିକ ଆହତ ମଧ୍ୟ ହୋଇଥିଲେ । ସମସ୍ତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଘଟଣା ବିଷୟରେ ଖବର ପାଇ ସେନା ଓ ପୁଲିସର ଯବାନମାନେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking