36.1 C
Bhubaneswar
Monday, May 12, 2025
Homeଅପରାଧଲଜ୍ଜ୍ୟା: ବନ୍ଧୁ ଦେଲା ଧୋକା

ଲଜ୍ଜ୍ୟା: ବନ୍ଧୁ ଦେଲା ଧୋକା

ଦେବଗଡ଼ : ବନ୍ଧୁ ଦେଲା ଧୋକା । ବନ୍ଧୁ ପତ୍ନୀଙ୍କୁ ଘରେ ଏକୁଟିଆ ଥିବା ସୁଯୋଗରେ ବଳପୂର୍ବକ ଦୁଷ୍କର୍ମ କରିଥିବା ନେଇ ଦେବଗଡ଼ ଜିଲ୍ଲା ବାରକୋଟ ଥାନାରେ ଅଭିଯୋଗ ହୋଇଥିବା ଏବଂ ପୀଡିତାଙ୍କ ଅଭିଯୋଗ ଆଧାର ରେ ଅଭିଯୁକ୍ତ କୁ ପୁଲିସ ଗିରଫ କରିଥିବା ଜଣା ପଡିଛି ।

ମିଳିଥିବା ସୂଚନା ଅନୁଯାଇ , ବାରକୋଟ ଥାନା ଅନ୍ତର୍ଗତ କିସାନ ଗୟଳମରା ଗ୍ରାମରେ ଗତ ଶୁକ୍ରବାର ରାତିରେ କରମା ପର୍ବ ପାଳନରେ ଗ୍ରାମବାସୀ ମାନେ ମସଗୁଲ ଥିବା ବେଳେ ବୈରାଗୀ କିସାନଙ୍କ ୧୯ ବର୍ଷୀୟା ସ୍ତ୍ରୀ ସ୍ୱାମୀଙ୍କ ଅନୁପସ୍ଥିରେ ଘରେ ଏକୁଟିଆ ଶୋଇଥିବା ବେଳେ ସୁଯୋଗ ଦେଖି ବୈରାଗୀଙ୍କ ବନ୍ଧୁ ଉକ୍ତ ଗ୍ରାମର ବିକାଶ କିସାନ ତାଙ୍କ ଘରେ ପଶି ବଳପୂର୍ବକ ଦୁଷ୍କର୍ମ କରିଥିଲେ।

ଧୋକା ପୀଡିତା ଚିତ୍କାର କରିବାରୁ ଘର ବାରଣ୍ଡାରେ ଶୋଇଥିବା ପୀଡିତାଙ୍କ ଶାଶୁ ନିଦରୁ ଉଠିପଡିବା ବେଳକୁ ବିକାଶ ଘଟଣା ସ୍ଥଳରୁ ଦୌଡ଼ି ପଳାଇ ଯାଇଥିଲା । ପରିବାର ଲୋକଙ୍କ ସହ ପୀଡିତା ଏ ନେଇ ରାତିରେ ପୁଲିସ ନିକଟରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତକୁ ଗତକାଲି ବାରକୋଟ ପାଲଲହଡା ସୀମାନ୍ତରୁ ଗିରଫ କରିଥିବା ବେଳେ ଆଜି ଅଭିଯୁକ୍ତ ର ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking