29.1 C
Bhubaneswar
Saturday, July 27, 2024
Homeମନୋରଞ୍ଜନପୁଣି ଅଜା ହେଲେ ସୁପରଷ୍ଟାର ରଜନୀକାନ୍ତ

ପୁଣି ଅଜା ହେଲେ ସୁପରଷ୍ଟାର ରଜନୀକାନ୍ତ

ନୂଆଦିଲ୍ଲୀ:  ପୁଣିଥରେ ମା’ ହୋଇଛନ୍ତି ସୌନ୍ଦର୍ଯ୍ୟା ରଜନୀକାନ୍ତ। ସାଉଥ୍‌ ଏବଂ ହିନ୍ଦୀର ମେଗାଷ୍ଟାର ରଜନୀକାନ୍ତଙ୍କ ଘରେ ପୁଣି ଖୁସିର ଲହରୀ ଦେଖିବାକୁ ମିଳିଛି। ତାଙ୍କ ଝିଅ ତଥା ଲୋକପ୍ରିୟ ପ୍ରଯୋଜିକା ସୌନ୍ଦର୍ଯ୍ୟା ରଜନୀକାନ୍ତ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ତାଙ୍କ ଘରେ ପୁଣିଥରେ କୁଅାଁ କୁଅାଁ ଡାକ ଶୁଣିବାକୁ ମିଳିଛି। ଏହି ଖୁସି ଖବରକୁ ସୌନ୍ଦର୍ଯ୍ୟା ନିଜେ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ସେୟାର କରିଛନ୍ତି। ଏଥି ସହିତ କିଛି ଫଟୋ ସେୟାର କରି ସେ ନିଜ ନବଜାତକ ପୁତ୍ରର ପ୍ରଥମ ଝଲକ ଫ୍ୟାନ୍‌ମାନଙ୍କୁ ଦେଖାଇଛନ୍ତି।

ଫ୍ୟାନ୍‌ମାନଙ୍କ ସହ ଏହି ଖୁସି ଖବର ସେୟାର କରି ସୌନ୍ଦର୍ଯ୍ୟା କେତେ ଗୁଡ଼ିଏ ସୁନ୍ଦର ଫଟୋ ପୋଷ୍ଟ୍‍ କରିଛନ୍ତି। ପ୍ରଥମ ଫଟୋରେ ତାଙ୍କ ନବଜାତକ ଶିଶୁପୁତ୍ର ତାଙ୍କ ଆଙ୍ଗୁଠି ଧରିଥିବାର ଦେଖିବାକୁ ମିଳୁଛି। ଅନ୍ୟ ଏକ ଫଟୋରେ ସେ ନିଜ ସ୍ୱାମୀ ଭିଶାଗନ ଭନଙ୍ଗମୁଦିଙ୍କ ସହ ନିଜର ବେବି ବମ୍ପ୍‌ ଫ୍ଲଣ୍ଟ୍‌ କରୁଥିବାର ନଜର ଆସୁଛନ୍ତି। ସେହିପରି ଅନ୍ୟ ଫଟୋରେ ସୌନ୍ଦର୍ଯ୍ୟା ରଜନୀକାନ୍ତ ନିଜ ବଡ଼ ପୁଅ ବେଦ୍‌ ଏବଂ ସ୍ୱାମୀଙ୍କ ସହିତ ଅଛନ୍ତି। ଏହା ବ୍ୟତୀତ ବି ତାଙ୍କ ପ୍ରେଗ୍‌ନାନ୍ସି ସମୟର ଅନେକ ସୁନ୍ଦର ସୁନ୍ଦର ଫଟୋ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଛି। ଏହି ଫଟୋଗୁଡ଼ିକୁ ସେୟାର କରି ସୌନ୍ଦର୍ଯ୍ୟା ରଜନୀକାନ୍ତ ନିଜ ଶିଶୁପୁତ୍ରର ନାମ ମଧ୍ୟ ଖୁଲାସା କରିଛନ୍ତି।

ସୁପରଷ୍ଟାର ରଜନୀକାନ୍ତଙ୍କ ନବଜନ୍ମିତ ନାତିର ନାମ ‘ବୀର ରଜନୀକାନ୍ତ ଭନଙ୍ଗମୁଦି’ ରଖାଯାଇଛି। ନିଜ ପୁଅର ନାମ ବିଷୟରେ ଖୁଲାସା କରିବାକୁ ଯାଇ ସୌନ୍ଦର୍ଯ୍ୟା ଏହାର କ୍ୟାପସନ ଲେଖିଛନ୍ତି, ‘ଭଗବାନଙ୍କ କୃପା ଏବଂ ମାଆ, ବାପାଙ୍କ ଆଶୀର୍ବାଦରୁ ଭିଶାଗନ, ବେଦ୍‌ ଓ ମୁଁ ୧୧/୯/୨୦୨୨ରେ ବେଦ୍‌ର ଛୋଟ ଭାଇ ‘ବୀର ରଜନୀକାନ୍ତ ଭନଙ୍ଗମୁଦି’କୁ ସ୍ୱାଗତ କରିଛୁ। ସମସ୍ତ ଡାକ୍ତରଙ୍କୁ ଆମର ଅଶେଷ ଧନ୍ୟବାଦ’। ଏହି ଖୁସି ଖବର ଜାଣିବା ପରେ ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ୍ସ ଏବଂ ଇଣ୍ଡଷ୍ଟ୍ରୀର ସେଲିବ୍ରିଟିମାନେ ତାଙ୍କୁ ଶୁଭେଚ୍ଛା ଜଣାଇବାରେ ଲାଗିଛନ୍ତି।

କହି ରଖୁଛୁ, ରଜନୀକାନ୍ତଙ୍କ ଝିଅ ସୌନ୍ଦର୍ଯ୍ୟା ରଜନୀକାନ୍ତ ପ୍ରଥମେ ବ୍ୟବସାୟୀ ଅଶ୍ୱିନ୍‌ ରାମକୁମାରଙ୍କୁ ବିବାହ କରିଥିଲେ। ଦୁହିଁଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ଅଛି, ଯାହାର ନାଁ ବେଦ୍‌। କିନ୍ତୁ ବିବାହର ୭ ବର୍ଷ ପରେ ୨୦୧୭ରେ ସୌନ୍ଦର୍ଯ୍ୟା ନିଜ ସ୍ୱାମୀ ଅଶ୍ୱିନୀଙ୍କଠାରୁ ଛାଡ଼ପତ୍ର ନେଇଥିଲେ ଏବଂ ୨୦୧୯ରେ ସେ ଭିଶାଗନ ଭନଙ୍ଗମୁଦିଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଏବେ ବିବାହର ୩ ବର୍ଷ ପରେ ଦୁହେଁ ଏକ ଶିଶୁପୁତ୍ରର ମାଆ, ବାପା ହୋଇଛନ୍ତି ଏବଂ ସୌନ୍ଦର୍ଯ୍ୟା ନିଜ ଦ୍ୱିତୀୟ ସନ୍ତାନ ବୀରକୁ ସ୍ୱାଗତ କରିଛନ୍ତି।ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ଫଟୋରେ କମେଣ୍ଟ କରି ସୌନ୍ଦର୍ଯ୍ୟାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥି ସହିତ ଅନେକ ଫ୍ୟାନ୍‌ କମେଣ୍ଟ ସେକ୍ସନରେ ପ୍ରତିକ୍ରିୟା ଦେଇ ରଜନୀକାନ୍ତଙ୍କୁ ଭାଗ୍ୟଶାଳୀ ବୋଲି କହିଛନ୍ତି। ଫ୍ୟାନ୍‌ମାନଙ୍କ କହିବା ହେଲା, ରଜନୀକାନ୍ତଙ୍କ ଚାରି ଚାରି ଜଣ ନାତି ଅଛନ୍ତି। କହି ରଖୁଛୁ, ରଜନୀକାନ୍ତଙ୍କ ଦ୍ୱିତୀୟ ଝିଅ ଐଶ୍ୱର୍ଯ୍ୟାଙ୍କର ବି ଦୁଇ ଜଣ ପୁତ୍ର ଅଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking