ବେଙ୍ଗାଲୁର: କର୍ଣ୍ଣାଟକ ବିଧାନସଭାରେ କଂଗ୍ରେସ ବିଧାୟକ ତଥା ବିଧାନସଭାର ପୂର୍ବତନ ଅଧ୍ୟକ୍ଷ ରମେଶ କୁମାର ମହିଳାଙ୍କୁ ନେଇ ଆପତ୍ତିଜନକ ବିବୃତି ଦେଇଛନ୍ତି । କର୍ଣ୍ଣାଟକ ବିଧାନସଭାର ଅଧ୍ୟକ୍ଷ ବିଶ୍ୱେଶ୍ୱର ହେଗେଡେ କାଗେରୀ କୁମାରଙ୍କ ବିରୋଧରେ ପଦକ୍ଷେପ ନେବା ବ୍ୟତୀତ ଏହି ବିବୃତିରେ ହସିଛନ୍ତି ।
ସୂଚନା ମୁତାବକ୍ ବିଧାନସଭାରେ ବାଚସ୍ପତିଙ୍କ ଉଦ୍ଦେଶ୍ୟରେ ଏକ ଉଦ୍ଧୃତି ଦେଇ କୁମାର କହିଥିଲେ ଯେ ଦୁଷ୍କର୍ମକୁ ଏଡ଼ାଇ ନପାରିବା ସ୍ଥିତିରେ ଶୋଇ ରହି ଆନନ୍ଦ ନେବା ଉଚିତ୍, ଯେପରିକି ବର୍ତ୍ତମାନ ଆପଣଙ୍କ ପରିସ୍ଥିତି ହୋଇଛି । ବିଧାନସଭାରେ ସଦସ୍ୟଗଣ କୃଷି ବିଲ୍ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ସମୟ ମାଗୁଥିଲେ । ବିଧାନସଭାର କାର୍ଯ୍ୟାବଳୀ ନିର୍ଦ୍ଧାରିତ ହୋଇଛି । ଏହାର ପରିବର୍ତ୍ତନ କରାଯାଇ ପାରିବ ନାହିଁ । ସଦସ୍ୟଗଣ ନିଜ ନିଜ ମଧ୍ୟରେ ଆଲୋଚନା କରି ନିଷ୍ପତ୍ତି ନିଅନ୍ତୁ । ବର୍ତ୍ତମାନର ପରିସ୍ଥିତିର ଆନନ୍ଦ ଉଠାନ୍ତୁ ବୋଲି ବାଚସ୍ପତି କାଗେରୀ କହିବା ପରେ କଂଗ୍ରେସ ବିଧାୟକ କୁମାର ଏହି ଅଶୋଭନୀୟ ଟିପ୍ପଣୀ ଦେଇଥିଲେ ।