27.1 C
Bhubaneswar
Sunday, June 15, 2025
Homeଦେଶ ବିଦେଶଅଧିକ ଜଣଙ୍କ ସହ ଶାରୀରିକ ସମ୍ପର୍କ ରଖୁଛନ୍ତି କି' ???? ତେବେ ଜାଣନ୍ତୁ ଆପଣଙ୍କ ସହ...

ଅଧିକ ଜଣଙ୍କ ସହ ଶାରୀରିକ ସମ୍ପର୍କ ରଖୁଛନ୍ତି କି' ???? ତେବେ ଜାଣନ୍ତୁ ଆପଣଙ୍କ ସହ କ’ଣ ହୋଇପାରେ……

ଆମେରିକା : ଆଜିକା ଦିନରେ ଯୁବପିଢୀ ନିଜର ସାଥୀଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିବା କିଛି ନୂଆ କଥା ନୁହେଁ । ଏମିତି କିଛି ଯୁବକ ଯୁବତୀ ଅଛନ୍ତି କେବଳ ଜଣଙ୍କ ସହ ନୁହେଁ ଅନେକ ଜଣଙ୍କ ସହ ଶାରୀରିକ ସମ୍ପର୍କ ରଖିଥାଆନ୍ତି । କେବଳ ଯୁବକ ଯୁବତୀ ମାନେ ଯେ ଖାଲି ସମ୍ଭୋଗ କରୁଛନ୍ତି ତାହା ନୁହେଁ । ପ୍ରାୟତଃ ବିବାହିତ ପୁରୁଷ ମାନେ ମଧ୍ୟ ସଂପୃକ୍ତ ଥିବା ଜଣାଯାଏ । ସବୁରିକିଛି ନିର୍ଦ୍ଧିଷ୍ଟ ସୀମା ମଧ୍ୟ ଅଛି । ସେହିଭଳି ଶାରୀରିକ ସମ୍ପର୍କ ରଖିବା ମଧ୍ୟ କିଛି ନିର୍ଦ୍ଦିଷ୍ଟତା ରହିଛି । ତେବେ ଜଣେ ବ୍ୟକ୍ତି ନିଜ ଜୀବନକାଳ ମଧ୍ୟରେ ୧୦ କିମ୍ବା ତା’ଠାରୁ ଅଧିକ ସାଥୀଙ୍କ ସହ ସମ୍ଭୋଗ କରିବା କର୍କଟ ରୋଗର ସମ୍ଭାବନାକୁ ବୃଦ୍ଧି କରିଥାଏ ବୋଲି ନିକଟରେ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି ।

ଜର୍ଣ୍ଣାଲ୍ ବିଏମଜି ସେକ୍ସୁଆଲ୍ ଆଣ୍ଡ୍ ରିପ୍ରଡକ୍ଟିଭ୍ ହେଲଥରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ମାତ୍ରାଧିକ ସାଥୀଙ୍କ ସହ ଶାରୀରିକ ସଂପର୍କ ସ୍ଥାପନ କର୍କଟର ଏକ ମୁଖ୍ୟ କାରଣ ବୋଲି ଜଣାପଡିଛି । ଗବେଷଣାରୁ ଆହୁରି ବି ଜାଣିବାକୁ ମିଳିଛି ଯେ ଶେଷ ଶ୍ରେଣୀର ପୁରୁଷ ଅର୍ଥାତ ଯେଉଁମାନେ ୧୦ରୁ ଅଧିକ ମହିଳାଙ୍କ ସହ ଶାରୀରିକ ସଂପର୍କ ରଖୁଛନ୍ତି ସେମାନଙ୍କ କ୍ଷେତ୍ରରେ ଅଧିକ ମାତ୍ରାରେ କର୍କଟ ସମସ୍ୟା ଦେଖାଦେଇଛି ।

୨୦୧୨-୧୩ ମଧ୍ୟରେ ଅନେକ ପୁରୁଷଙ୍କୁ ନେଇ ଏକ ଗବେଷଣା କରାଯାଇଥିଲା । ଏହି ଗବେଷଣାରେ ପ୍ରାୟତଃ ୬୪ ବର୍ଷ ବୟସ ଯାଏଁ ଲୋକଙ୍କୁ ଦେଖିବାକୁ ମିଳିଥିଲା । ପ୍ରତି ଚାରି ଜଣଙ୍କ ମଧ୍ୟରୁ ୩ ଜଣ ଥିଲେ ବିବାହିତ । ସେମାନଙ୍କ ମଧ୍ୟରୁ ୨୮.୫ ପ୍ରତିଶତ ପୁରୁଷ କହିଥିଲେ କି ସେମାନଙ୍କର ଶୂନ କିମ୍ବା ଜଣେ ମହିଳାଙ୍କ ସହ ଶାରୀରିକ ସଂପର୍କ ରହିଛି । ୨୯ ପ୍ରତିଶତ ପୁରୁଷ କହିଥିଲେ କି ସେମାନଙ୍କର ୨ ରୁ ୪ ଜଣ ମହିଳାଙ୍କ ସହ ଶାରୀରିକ ସଂପର୍କ ରହିଛି । ୨୦ ପ୍ରତିଶତ ପୁରୁଷ ୫ରୁ ୯ ଜଣଙ୍କ ସହ ସମ୍ଭୋଗ କରୁଥିବାର ଜାଣିବାକୁ ମିଳିଥିଲା । ୨୨ ପ୍ରତିଶତ ପୁରୁଷ କହିଥିଲେ କି ସେମାନଙ୍କର ୧୦ କିମ୍ବା ତା’ଠାରୁ ଅଧିକ ମହିଳାଙ୍କ ସହ ଶାରୀରିକ ସଂପର୍କ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking